oom

ମହୁଲ : ମୂଲ ପାଉନାହାନ୍ତି ଆଦିବାସୀ ସଂଗ୍ରହକାରୀ : ବେପାରୀ ମାଲାମାଲ୍‌

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ବର୍ତ୍ତମାନ ମହୁଲ ସଂଗ୍ରହ ବେଳ ।ମହୁଲ ଗଛ ଥିବା ଆଦିବାସୀ ଅଞ୍ଚଳର ଜନସାଧାରଣଙ୍କ ମହୁଲ ରୋଜଗାର ଏକ ପ୍ରମୁଖ ମାଧ୍ୟମ ।ମହୁଲ ବର୍ଷକୁ ଥରେ ଫୁଟୁଥିବା ବେଳେ ଏହା ଏହି ଅଞ୍ଚଳର ଆଦିବାସୀମାନଙ୍କ ଏକ ଲାଭଦାୟକ ଫସଲ । ବିଶେଷ କରି ପଶ୍ଚିମାଞ୍ଚଳରେ ମହୁଲକୁ ନେଇ ଭଲ ବେପାର ହୋଇଥାଏ । ଆଦିବାସୀ ମାନେ ପୁରା ପରିବାର ସହ ଭୋର ସକାଳୁ ମହୁଲ ସଂଗ୍ରହ ପାଇଁ ନିୟୋଜିତ ହୋଇଥାନ୍ତି । ମାତ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ସଂଗ୍ରହକାରୀ ମାନେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଥାନ୍ତି ।ମହୁଲ ଗୋଟାଳିମାନଙ୍କ ଠାରୁ ଦଲାଲ୍ ତଥା ବେପାରୀ କମ୍ ମୂଲ୍ୟରେ କିଣୁଥିବା ବେଳେ ସେମାନେ ଓଜନ ମାପରେ ମଧ୍ୟ ଠକୁଥିବା ହେତୁ ନିରୀହ ସରଳ ଗରିବ ଆଦିବାସୀ ଠକେଇର ଶିକାର ‌ ହୋଇଥାନ୍ତି । ବେପାରୀମାନେ କମ୍ ମୂଲ୍ୟରେ କିଣି ଚଢା ଦରରେ ବିକ୍ରୀ କରିଥାନ୍ତି । ମହୁଲ ଫୁଲ ଜଙ୍ଗଲ ଓ ଅବକାରୀ ବିଭାଗର ନିୟନ୍ତ୍ରଣରେ ରହୁଥିଲେ ହେଁ ବିଭାଗ ପକ୍ଷରୁ ଆଖି ଦୃଶିଆ ଚଢ଼ାଉ ହେଉନଥିବା ଯୋଗୁଁ ବେପାରୀମାନେ ଏହାର ସୁଯୋଗ ନେଇ ବିନା ଲାଇସେନ୍ସରେ ମୁନାଫାଖୋର ବ୍ୟବସାୟୀ ଗଣ ପଡୋଶୀ ରାଜ୍ୟକୁ ଚାଲାଣ କରିଥାନ୍ତି । ଏଠାକାର ବଣ ଜଙ୍ଗଲରେ ବେଶି ପରିମାଣରେ ମହୁଲ ଗଛ ଥିବାରୁ ଆଦିବାସୀମାନେ ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଚୁର ମହୁଲ ଫୁଲ ସଂଗ୍ରହ କରିଥାନ୍ତି । ଏଠାକାର ଲୋକେ ମହୁଲରୁ କେବଳ ରନ୍ଧା ମଦ ପ୍ରସ୍ତୁତି ଜାଣିଥିବା ବେଳେ ଏବେ ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଲାଣି । ମାତ୍ର ପଶ୍ଚିମାଞ୍ଚଳରେ ମିଳୁଥିବା ଏହି ପ୍ରାକୃତିକ ସଂପଦର ସୁବିନିଯୋଗ ପାଇଁ ଏହାର ବ୍ୟବସାୟୀକ ବିପଣନ ପାଇଁ ରାଜ୍ୟ ସରକାରଙ୍କ କିଛି ଯୋଜନା ନାହିଁ । ମହୁଲର ପ୍ରକୃତ ମୂଲ୍ୟ ସରକାରୀ ସ୍ତରରେ ଧାର୍ୟ୍ୟ ହୋଇପାରୁନାହିଁ । ବାଧ୍ୟ ହୋଇ କେଜି ପ୍ରତି ୩୫/୪୦ ଟଙ୍କା ଦରରେ ବିକ୍ରୀ କରୁଛନ୍ତି । ମହୁଲ ଫୁଲ ବିକ୍ରି ଓ ମହଜୁଦ ପାଇଁ ଅବକାରୀ ବିଭାଗ ପରମିଟ ଓ ଲାଇସେନ୍ସ ଦେଇଥାନ୍ତି । ହେଲେ ସରକାରଙ୍କ ଏହି ନୀତି ଆଦିବାସୀଙ୍କୁ ଲାଭ ଦେବା ପରିବର୍ତେ କ୍ଷତି ସହିବାକୁ ବାଧ୍ୟ କରୁଛି । ମହୁଲର ପ୍ରକୃତ ମାଲିକ ତା’ର ମୂଲ ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ଜଙ୍ଗଲ ନିଗମ କିମ୍ବା ଆଦିବାସୀ ଉନ୍ନୟନ ବିଭାଗ ସିଧାସଳଖ ମହୁଲ କିଣିବା ପାଇଁ ବ୍ୟବସ୍ଥା ଲାଗୁ ହେଲେ ଅନ୍ତତଃ ପକ୍ଷେ ନିରୀହ ଆଦିବାସୀମାନେ ବେପାରୀମାନଙ୍କ ଶୋଷଣରୁ ମୁକ୍ତି ପାଇପାରନ୍ତେ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂ ଭୋଇ, ସଭାପତି ବିପ୍ରଚରଣ ବିଶି, ବଲଦେବ ଭୋଇ, ଅଷ୍ଟରନ୍ନ ବରିହା, ଯୁଗ୍ମ ସଂପାଦକ ଗିରିଧାରୀ, ସଂପାଦକ ଟିକେ ଶ୍ଵର ଧରୁଆ, ସତ୍ୟନାରାୟଣ ଭୋଇ, ବନଲତା ମାଝୀ, ଭୋଇ ଯୁବ ସଂଗଠକ ଘନ ଭୋଇ, ରାଜକିଶୋର ଛତ୍ରିଆ ମିନକେତନ ଧରୁଆ, ଗୋରେଖନାଥ ବରିହା ପ୍ରମୁଖ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.