pakka

ଓଡ୍ରାଫ୍‌ କୋଠା ଛାତରୁ ପଡି ଶ୍ରମିକଙ୍କ ମୃତ୍ୟୁ

bbehera

ଛତ୍ରପୁର, (ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଥାନା ଅଷ୍ଟମ ବାଟାଲିଅନ୍‌ ପରିସରରେ ନବନିର୍ମିତ ଓଡ୍ରାଫ୍‌ ଘରର ଛାତରୁ ପଡି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଯାଜପୁର ଜିଲ୍ଲା ଖଡିଅଙ୍ଗ ଗ୍ରାମର ଅମୂଲ୍ୟ ବରାଳ । ଗତକାଲି ରାତିରେ ଅମୂଲ୍ୟଙ୍କ ସମେତ ୬ ଜଣ ଶ୍ରମିକ ଘରର ଛାତ ଉପରେ ଶୋଇଥିଲେ । କିନ୍ତୁ ଅମୂଲ୍ୟ ଅସାବଧାନତାବଶତଃ ତଳେ ପଡିଯିବାରୁ ତାଙ୍କୁ ପ୍ରଥମେ ଗଞ୍ଜାମ ଡାକ୍ତରଖାନା ଓ ପରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗଞ୍ଜାମ ପୁଲିସ ଶବକୁ ଜବତ କରିଥିବା ସହ ଏନେଇ କେସ୍‌ ନମ୍ବର ୭/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

jay balangir
Leave A Reply

Your email address will not be published.

10 − 6 =

error: Content is protected !!