om academy

ସର୍ବ ଭାରତୀୟ ସ୍ତରରରେ ଡେଲାଙ୍ଗ ସ୍ପୋର୍ଟ ଆକାଡେମୀର କ୍ରୀଡାବିତ ମାନେ ଚମ୍ପିୟାନ ହେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌କୁ ୮ ପଦକ । ୨୪ତମ ସର୍ବ ଭାରତୀୟ ସ୍ତରରେ ୱାଡ଼ାଖାଇ କାରାଟି ଚାମ୍ପିଅନସିପ୍‌ରେ ଡେଲାଙ୍ଗର ମହତାବ ସ୍ପୋର୍ଟସ ଏକାଡେମୀରୁ ୮ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସର୍ବକନିଷ୍ଟ ବିଭାଗରେ ସାଇ ସତ୍ୟବ୍ରତ ଦାସ ରୌପ୍ୟପଦକ, ସୁଭଲକ୍ଷ୍ମୀ ଦାସ କାଂସ୍ୟ ପଦକ, ଓମ୍‌ପ୍ରକାସ ପୃଷ୍ଟି କାଂସ୍ୟ ପଦକ ହାସଲ କରିଛନ୍ତି । କନିଷ୍ଠ ବିଭାଗରେ-ଅଂଶୁମାନ ସାହୁ ରୌପ୍ୟ, ହିମାଂଶୁ ରାଉତ କାଂସ୍ୟ ପଦକ, ଅନୁସୁଡିନି ଖାଁ କାଂସ୍ୟ ପଦକ ହାସଲ କରିଛନ୍ତି । ବରିଷ୍ଟ ବିଭାଗରେ ଶାନ୍ତନୁ ବିଶ୍ୱାଳ ଓ ଗାୟତ୍ରୀ ସେଠୀ କାଂସ୍ୟ ପଦକ ହାସଲ କରିଛନ୍ତି । କୋଚ ସଂଗ୍ରାମ ମହାନ୍ତି ଓ ମ୍ୟାନେଜର ସନାତନ ସାହୁ ପ୍ରତିନିଧିତ୍ଵ କରିଥିଲେ । ତା ୨୦,୨୧, ୨୨ ଜୁନ ୨୦୨୨ ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନସିପ୍‌ ଅନୁଷ୍ଠିତ ହୋଇଥିଲା । ପୁରୀ ଜିଲ୍ଲା ସମ୍ପାଦକ ନଟବର ସେଠୀଙ୍କୁ ବ୍ଲାକ ବେଲ୍ଟ ସହିତ ସେନ୍ ସାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.

19 − four =