pakka

କେନ୍ଦୁପତ୍ର ତୋଳାଳିଙ୍କ ଆକସ୍ମିକ ମୃତ୍ୟୁ

bbehera

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଥାନା ପଗାରପାଣି ଗ୍ରାମର କେନ୍ଦୁପତ୍ର ତୋଳାଳି ସମାରୀ ସାହୁ(୬୦)ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ସୂଚନାନୁସାରେ ସମାରୀ କେନ୍ଦୁପତ୍ର ସଂଗ୍ରହ କରି ଫେରୁଥିବା ବେଳେ ପଡିଯାଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମାରୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାରବର୍ଗ କହିଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

seven + 11 =

error: Content is protected !!