ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀ ବନ୍ଧ ବାଲିହୁଂକାଠାରେ ସ୍କୁଟି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୃତ ମହିଳା ବିନୋଦିନୀ ରାଉତରାୟ(୪୫)ଙ୍କ ବାପଘର ଡେଲାଙ୍ଗ ଥାନା ବାଲିହୁଁକା ଗ୍ରାମର ହୋଇଥିବା ବେଳେ ଶାଶୁଘର ବସନ୍ତପୁର ଗ୍ରାମର ବୋଲି ଜଣାପଡ଼ିଛି । ନଦୀବନ୍ଧରେ ମହିଳା ଜଣକ ଚାଲି ଚାଲି ଆସୁଥିବା ବେଳେ କଣାସ ଆଡୁ ଏକ ସ୍କୁଟି ଦୃତଗତିରେ ଆସି ମହିଳାଙ୍କୁ ଧକ୍କା ଦେବାରୁ ମହିଳା ଜଣକ ତଳେ ପଡିଯାଇଥିଲେ ଓ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତୁରନ୍ତ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡେଲାଙ୍ଗ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ଵର ହସ୍ପିଟାଲକୁ ପଠାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପରେ ମହିଳାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବସନ୍ତପୁର ଗାଁ ଶ୍ମଶାନରେ ଅନ୍ତେଷ୍ଟ୍ରୀ କ୍ରିୟା ସମ୍ପୂର୍ଣ୍ଣ କରି ବିଳମ୍ବିତ ରାତିରେ ଭାଇ ବୈଦ୍ୟନାଥ ରାଉତରାୟ ଏ ସଂକ୍ରାନ୍ତରେ ଡେଲାଙ୍ଗ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ କଣାସ ରାଣିପଡା ଗାଁରୁ ଦୁର୍ଘଟଣା ଘଟେଇଥିବା ସ୍କୁଟିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

20 − fifteen =