pakka

ରାସ୍ତା ପାର୍‌ ହେବା ବେଳେ ବନ୍ୟାଜଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

bbehera

ଯାଜପୁର : ଯାଜପୁର ବୁଢା ନଦୀର ବନ୍ୟା ଜଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯାଜପୁର ବ୍ଲକ ଶିମିଳିଆ ପଞ୍ଚାୟତର ଓଳେଇପଡ଼ା ଅଞ୍ଚଳର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଓଳେଇପଡ଼ା ଅଞ୍ଚଳ ଅକ୍ଷୟ କୁମାର ନାୟକ ବୁଢା ନଦୀ ପାର୍‌ ହେଉଥିଲେ । ଏହି ସମୟରେ ହଠାତ୍‌ ସେ ପାଣିରେ ଭାସିଯାଇଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ଅକ୍ଷୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ବସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

jay balangir
Leave A Reply

Your email address will not be published.

two × two =

error: Content is protected !!