csstore

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡରେ ମଧ୍ୟ ବନ୍ଦ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ କରାଯାଇଛି । ଟିଟିଲାଗଡ ଥାନାଧିକାରୀ ମନୋଜ ପ୍ରଧାନ ଓ ପୋଲିସ ଟିମ୍‌ ଶାନ୍ତି ଶୃଂଖଳା ପରିସ୍ଥିତି ପାଇଁ ସହରର ବିଭିନ୍ନ ଛକ ମାନଙ୍କରେ ନିୟୋଜିତ ହୋଇଥିବା ବେଳେ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ କରାଯାଉଅଛି । ସୂଚନା ଯୋଗ୍ୟ ଯେ, ପାଟଣାଗଡ ସହରର ବରମପୁରା ଛକରେ ଥିବା ପର୍ଶୁରାମଙ୍କ ପ୍ରତିମାକୁ ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବିରୋଧ କରି ବଲାଙ୍ଗିର ଜିଲ୍ଲାର ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଜିଲ୍ଲା ବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବ୍ରାହ୍ମଣ ସମାଜ, ଭାରତୀୟ ଜନତା ପାର୍ଟିର କର୍ମକର୍ତା, ଟିଟିଲାଗଡ ବିକାଶ ସେନାର ସଦସ୍ୟ, ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଦସ୍ୟ, ଟିଟିଲାଗଡ଼ ଗରିବ ସେନା, ତଥା ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେବା ସହ ଏହି ବନ୍ଦ ଡାକରାକୁ ସଫଳ କରାଇବାରେ ସମର୍ଥନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.