ଟିଟିଲାଗଡ଼ର ଜଗନ୍ନାଥ ମନ୍ଦିର ନିକଟ କପଡ଼ା ଦୋକାନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧୁବାର ଅପରାହ୍ନ ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ କପଡ଼ା ଦୋକାନ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଉକ୍ତ ବ୍ୟକ୍ତିଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତିଙ୍କ ବିଷୟରେ ଯଦି କେହି ଜାଣିଛନ୍ତି ତାହେଲେ ଟିଟିଲାଗଡ ଥାନା ୯୪୩୮୯୧୬୫୨୧ ନମ୍ବରରେ ଯୋଗାଯୋଗ କରିବାକୁ ଟିଟିଲାଗଡ଼ ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.