pakka

କନ୍ଧେନଝୁଲାରେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ, ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ

kalikesh

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମରେଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା କନ୍ଧେନଝୁଲା ଗ୍ରାମର ଅଜୁର୍ନ ରାୟଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି (୩୦)ଙ୍କ ଗତକାଲି ରାତିରେ ମୃତୁ ଘଟିଛି । ଆଜି ଖପ୍ରାଖୋଲ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ମୃତା ଚନ୍ଦ୍ରକାନ୍ତିଙ୍କ ଭାଇ କେଶବ ବାରିକ ମୋର ଭଉଣୀଙ୍କୁ ହତ୍ୟା କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଭିଯୋଗ କରିଛନ୍ତି । ଅଜୁର୍ନ ରାୟଙ୍କ ପରିବାର ଲୋକେ ମିଶି ତଣ୍ଟିଚିପି ମାରିଦେଇ ଖଟରେ ଶୁଆଇ ଆତ୍ମହତ୍ୟା କରିଥିବା ରୂପ ଦେଇଛନ୍ତି ବୋଲି ମୃତାଙ୍କ ଭାଇ ଅଜୁର୍ନ ରାୟ, ପ୍ରେମାନନ୍ଦ ରାୟ, ଗୋପ ରାୟ, ଶ୍ରୀମତୀ ରାୟଙ୍କ ନାମରେ ଲିଖିତ ଏତଲା ଦେଇଛନ୍ତି । ଅର୍ଜୁନଙ୍କ ସମେତ ତାଙ୍କ ପରିବାରର ଲୋକେ ମୋର ଭଉଣୀ ଚନ୍ଦ୍ରକାନ୍ତିଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ଏବଂ ଘରୋଇ ଭାବରେ ଆଲୋଚନା କରି ସମାଧାନ କରିଥିଲେ ମଧ୍ୟ ନିର୍ଯ୍ୟାତନା ବାରମ୍ବାର ଦେଉଥିଲେ ଓ ମାରିଦେବୁ ବୋଲି କହୁଥିଲେ ବୋଲି କେଶବ ଲିଖିତ ଏତଲାରେ ଦର୍ଶାଇଛନ୍ତି । ମୃତାଙ୍କ ପରିବାର ଲୋକେ ରାସ୍ତାରୋକ କରିଥିବା ସୂଚନା ମିଳିଛି । ଖପ୍ରାଖୋଲ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

pp
Leave A Reply

Your email address will not be published.

3 × 2 =