pakka

ପରିତ୍ୟକ୍ତ ଅବସ୍ଥାରେ ପଡିଛି ଷଣ୍ଢର ମୃତଦେହ : କାହାର ନିଘା ନାହିିଁ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜକୁ ତିନିଦିନ ତଳେ ତା ୩୧/୧୦/୨୦୨୨ ରିଖ ବୁଧବାର ସକାଳ ୯.୦୦ ଘଣ୍ଟା ସମୟରେ ଖୋର୍ଦ୍ଧା ରୋଡ ଡିଭିଜନ୍ ଅନ୍ତର୍ଗତ କଣାସ ରୋଡଠାରେ କଟକ-ପୁରୀ ପାସେଞ୍ଜ ଟ୍ରେନ୍ ଏକ ଷଣ୍ଢକୁ ଧକ୍କା ଦେବା ଫଳରେ ଷଣ୍ଢଟିର ମୃତ୍ୟୁ ଘଟିଥିଲା । ହେଲେ ଆଜକୁ ତିନିଦିନ ହେଲା ଷଣ୍ଢର ମୃତ ଶରୀର ସେହିଠାରେ ପରିତ୍ୟକ୍ତ ଅବସ୍ଥାରେ ପଡି ପଚିଯାଇ ଦୁର୍ଗନ୍ଧ ହେଉଥିବା ବେଳେ ଟ୍ରେନ ଜାତ୍ରୀଙ୍କ ସହିତ ସାଧାରଣ ଲୋକଙ୍କ ପାଇଁ ଦୁର୍ଗନ୍ଧ ଅସହ୍ୟ ହୋଇପଡିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଜନସାଧାରଣଙ୍କର ବାରମ୍ବାର ଅଭିଯୋଗ ପରେ ମଧ୍ୟ ସଂପୃକ୍ତ ରେଳଷ୍ଟେସନ କିମ୍ବା ଖୋର୍ଦ୍ଧା ଡିଭିଜନ କର୍ତ୍ତୃପକ୍ଷ ସଂପୃକ୍ତ ବିଷୟ ପ୍ରତି ଅବହେଳା ପ୍ରଦର୍ଶନ କରିଥିବାରୁ ସାଧାରଣରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ରେଳ ବିଭାଗ ପରି ଏକ ଦାୟିତ୍ୱବାନ ବିଭାଗର ଏହି ଦାୟିତ୍ୱ ହୀନତା ପାଇଁ କିଏ ଦାୟୀ ବାସ୍ତବରେ ପ୍ରସ୍ନବାଚୀ ସୃଷ୍ଟି କରିଛି ।

jay balangir
Leave A Reply

Your email address will not be published.

sixteen − one =