pakka

ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା

  • ଦେବାଶିଷ ପଟ୍ଟନାୟକ

୧୯୬୯ ମସିହାରେ ସବଡିଭିଜନ ରୂପେ ମାନ୍ୟତା ପାଇଥିବା ପଦ୍ମପୁର ହେଉଛି ଓଡିଶା ରାଜ୍ୟର ସବୁଠୁ ବଡ ସବଡିଭିଜନ । ଏହାର ସର୍ବାଧିକ ଜନସଂଖ୍ୟା ତଫସିଲଭୁକ୍ତ ଜାତି, ଜନଜାତି ଓ ପଛୁଆବର୍ଗ ଦ୍ଵାରା ଅଧ୍ୟୁଷିତ । ଛତିଶଗଡ଼ ରାଜ୍ୟକୁ ଲାଗି ଥିବା ଏହାର ସୀମା, ଜିଲ୍ଲା ସଦରମହକୁମା ଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ । ମରୁଡି ଏ ଅଂଚଳର ଚିର ସାଥୀ । ଏହା ସହିତ ପଦ୍ମପୁର ସବଡିଭିଜନ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଳସେଚନ ଆଦିରେ ପଛୁଆ । ପ୍ରସ୍ତାବିତ ଏହି ଜିଲ୍ଲାର ଭୌଗୋଳିକ ଅବସ୍ଥିତି ହେଉଛି ବରଗଡ଼ ଜିଲ୍ଲାର ଦଶମାଇଲ ଛକ ଠାରୁ ନୂଆପଡ଼ା ଜିଲ୍ଲାର ସାଇପଲା ପର୍ଯ୍ୟନ୍ତ ଓ ଗାଇସିଲାଟ ବ୍ଲକ୍ ଜଗଲପାଟ ଗାଁ ଠାରୁ ଛତିଶଗଡ଼ ସୀମା ରେଖା ପର୍ଯ୍ୟନ୍ତ । ଏହି ଉପଖଣ୍ଡରେ ୬ ଗୋଟି ବ୍ଲକ୍ ରହିଛି, ସେ ଗୁଡିକ ହେଲା ପଦ୍ମପୁର, ପାଇକମାଲ୍, ଝାରବନ୍ଧ, ଗାଇସିଲଟ, ବିଜେପୁର ଓ ସୋହେଲା । ସେହିପରି ୯ଟି ଥାନା ୧୮ଟି ରାଜସ୍ୱ ନିରୀକ୍ଷକ ସର୍କଲ ୧୨୮ଟି ଗ୍ରାମ ପଞ୍ଚାୟତ ଓ ୭୦୪ଟି ଗ୍ରାମ ରହିଛି । ପଦ୍ମପୁର ଓ ବିଜେପୁର ୨ଟି ଏନ୍‌ଏସି ରହିଛି । ୨୦୧୩ ମସିହା ଜନଗଣନା ଅନୁଯାୟୀ ଏହି ଉପଖଣ୍ଡର ଜନସଂଖ୍ୟା ହେଉଛି ୬ ଲକ୍ଷ ୭୦ ହଜାର ୬୭୦ । ସେମାନଙ୍କ ମଧ୍ୟରୁ ହରିଜନ ଓ ଆଦିବାସୀ ସଂପ୍ରଦାୟଙ୍କ ହେଉଛି ୨ ଲକ୍ଷ ୬୬ ହଜାର ୭୫୧ ।

ପଦ୍ମପୁର, ୮୦୧୮୨୯୬୪୪୭

Leave A Reply

Your email address will not be published.

two × five =