ରେଳଧାରଣାରୁ ଦୁଇ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସାଲେପଡ଼ା ରେଳଧାରଣାରୁ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପ୍ରେମ ବ୍ୟାପାରକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ମୃତ ମହିଳା ଜଣଙ୍କ ହେଲେ ବାଲଦାସ ଗାଁର ପୂଜା ରଣା ଏବଂ ଯୁବକ ଜଣଙ୍କ ଘଣ୍ଟବାହାଲ ଗାଁର କୃଷ୍ଣଚନ୍ଦ୍ର ରଣା । ଦୁହିଁଙ୍କ ଭିତରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା । ଦୁଇ ଜଣଙ୍କ ପରିବାର ତାଙ୍କ ପ୍ରେମକୁ ନେଇ ଅନେକ ସମୟରେ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ଏବଂ ଯୁବକଙ୍କ ପରିବାର ଲୋକଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତେବେ ସୋମବାର ରାତି ସମୟରେ ଦୁଇ ଜଣଙ୍କର ପରିବାର ଥାନାରେ ଆପୋଷ କଥାବାର୍ତ୍ତା ହୋଇଥିବା ବେଳେ ବିବାହିତ ମହିଳା ତାଙ୍କ ସ୍ଵାମୀଙ୍କ ସହ ନରହି ପ୍ରେମିକଙ୍କ ସହ ରହିବାକୁ ଜିଦ କରିଥିଲେ । ପରେ ଦୁଇ ପରିବାର ଲୋକ ଦୁଇ ଜଣଙ୍କୁ ଛାଡି ଦେଇଥିଲେ । ଆଜି ସକାଳ ସମୟରେ ଦୁଇ ଜଣଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖି କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । କଣ୍ଟାବାଞ୍ଜି ଜିଆରପି ପୋଲିସ ଘଟଣାର ଖବର ପାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

Leave A Reply

Your email address will not be published.