ଆଗଲପୁର ବ୍ଲକ ଶିକ୍ଷ ସଂଗଠନ ତରଫରୁ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ମୃତ ପ୍ରଧାନ ଶିକ୍ଷକଙ୍କ ଶୋକ ସନ୍ତପ୍ତ ପରିବାରକୁ ସହାୟତା ପ୍ରଦାନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ବାବୁଫାସଡର ପ୍ରଧାନ ଶିକ୍ଷକ ସ୍ୱର୍ଗତ ମନୋରଂଜନ ପଧାନଙ୍କ ଦ୍ୱାଦଶାହ ଦିବସରେ ଆଗଲପୁର ବ୍ଲକ ତଥା ଜିଲ୍ଲା ସଂଗଠନ ତରଫରୁ ତାଙ୍କ ବିଧବାପତ୍ନୀଙ୍କୁ ମୋଟ ୧୫,୫୦୦/- ଆର୍ଥିକ ସହଯୋଗ କରାଯାଇଛି । ସୂଚନାଥାଉ କି ବ୍ଲକର ସମସ୍ତ ୨୪ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଓଷ୍ଟା ବ୍ଲକ ସଂଗଠନ, ଜିଲ୍ଲା ଓଷ୍ଟା ସଭାପତି, ବ୍ଲକ ଉପାଧ୍ୟକ୍ଷ, ମନମୋହନ ପଟେଲ, ନିକଟସ୍ଥ ଲୋଇସିଂହା ବ୍ଲକର କୁଟୁରାପାଲି ପ୍ରଧାନ ଶିକ୍ଷକ, ସଂସ୍କୃତ ଶିକ୍ଷକ କୁଶମେଲ ଉଚ୍ଚ ବିଦ୍ୟାଳୟ ଆଦି ସହଯୋଗର ହାତ ବଢାଇଥିଲେ । ଉକ୍ତ ଦିବସରେ ଓଷ୍ଟା ରାଜ୍ୟ ପୂର୍ବତନ ସଭାପତି ପୁରନ୍ଦର ଦାଶ, ଜିଲ୍ଲା ଓଷ୍ଟା ସଭାପତି ଛାୟାକାନ୍ତ ସାହୁ, ବ୍ଲକ ସଂପାଦକ ତାରାକାନ୍ତ ମିଶ୍ର, ବ୍ଲକ ସଭାପତି ରଣଜିତ ପାତ୍ର, ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କର୍ମ·ରୀ ମଧ୍ୟରୁ ଦିଲିପ ପାଠୀ, ପ୍ରହଲ୍ଲାଦ ମିଶ୍ର, ଗୋବିନ୍ଦ ସାହୁ, ଅଶୋକ ପଧାନ, ଭୁବନେଶ୍ୱର ବିଶ୍ୱାଲ, ରୋହିତ ଭୋଇ ଆଦି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ତାଙ୍କ ନିଜ ସ୍କୁଲ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମ·ରୀ ମଧ୍ୟ ଅତିରିକ୍ତ ଦଶ ହଜାର ଟଙ୍କାର ସହଯୋଗ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ସ୍ୱର୍ଗତ ପଧାନ ଶିକ୍ଷକ ସଂଗଠନ ଓଷ୍ଟାର ଜଣେ ସକ୍ରିୟ ସଭ୍ୟ ଭାବରେ ଥିବାରୁ ତାଙ୍କର ମୃତ ସହାୟତା ପାଇଁ ଫର୍ମ ପୂରଣ କରି ଆଜି ଜିଲ୍ଲା ସଭାପତି ଛାୟାକାନ୍ତ ସାହୁଙ୍କ ପ୍ରଦାନ କରାଯାଇଛି । ଯାହା ଫଳରେ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ରାଜ୍ୟ ଓଷ୍ଟା ତରଫରୁ ମଧ୍ୟ ଟ.୫୦୦୦/- ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.