ଗାନ୍ଧୀନଗରପଡା ଗାନ୍ଧିଜୀ କ୍ଲବ ଦୁର୍ଗାପୂଜା କମିଟି ବୈଠକ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଗାନ୍ଧୀନଗରପଡା ଗାନ୍ଧିଜୀ କ୍ଲବ ପରିସରରେ ଆଗାମୀ ୨୦.୧୦.୨୦୨୦ ରୁ ଘ.୨୭.୧୦.୨୦୨୦ ହେବାକୁ ଥିବା ଦୁର୍ଗାପୂଜା କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ବଲାଙ୍ଗିରରେ ବର୍ତ୍ତମାନ କରୋନାର ଭୟାବହ ପରିସ୍ଥିତି ପାଇଁ ସରକାରଙ୍କ ଗାଇଡ୍‌ ଲାଇନ ଅନୁଯାୟୀ ବିନା ଆଡମ୍ବରରେ ସାଧାରଣ ଭାବରେ ପୂଜା କରାଯିବା ଉପରେ ଉପସ୍ଥିତ ସମସ୍ତ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ·ନ୍ଦା ଆଦାୟ ସମ୍ପୁର୍ଣ୍ଣ ରୂପେ ବିରୋଧ କରାଯାଇଥିଲା । ସ୍ୱଇଚ୍ଛାରେ ଯେଉଁ ଭକ୍ତଗଣ ଦେବାକୁ ଚାହିଁବେ ସେମାନେ ପୂଜାମଣ୍ଡପକୁ ଆସି ଦେଇପାରିବେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନଙ୍କ ଆଦେଶ ଓ ଗାଇଡ୍‌ ଲାଇନ ଅନୁସାରେ କାର୍ଯ୍ୟକ୍ରମ କରାଯିବା ପାଇଁ ସମସ୍ତେ ସହମତ ହୋଇଥିଲେ ।

Leave A Reply

Your email address will not be published.