ରଜ ସଂକ୍ରାନ୍ତିରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣଙ୍କ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନାଯୋଗ୍ୟ ଯେ, ଏହି ଭଡାଘରେ ୩ ଜଣ ରୁମମେଟଙ୍କ ସହ ଦୀର୍ଘ ଦିନ ରହି ଆସୁଥିଲେ ସଙ୍ଗୀତା । ରଜ ପାଇଁ ସମସ୍ତେ ଘରକୁ ପଳାଇ ଯାଇଥିବା ବେଳେ ସଙ୍ଗୀତା ଏକୁଟିଆ ରହୁଥିଲେ । ତେବେ ଓଢଣୀ ଲଗାଇ ଫ୍ୟାନରେ ଝୁଲୁଥିଲା ସଙ୍ଗିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଭଦ୍ରକ ଟାଉନ ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।

Leave A Reply

Your email address will not be published.

twelve − 4 =