ଅସରାଏ ବର୍ଷାରେ ଘୋରଡିଆ ଗାଁ ଦାଣ୍ଡ ଜଳାର୍ଣ୍ଣବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକର ସର୍ବବୃହତମ ଗ୍ରାମ ଘୋରଡିଆର ମୂଖ୍ୟରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଚଂଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଥାଉକି ବହୁ ବର୍ଷ ତଳେ ଗାଁ ଦାଣ୍ଡ କ୍ରକିଂଟ ଢଳେଇ ହୋଇଥିଲା, ଏବେ ତାହା ପୋତି ହେବାକୁ ବସିଲାଣି । ଢଳେଇ ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷାଜଳ ନିଷ୍କାଷନ ନହୋଇ ରାସ୍ତା ଉପରେ ଜମି ରହୁଛି । ଭାରିଯାନ, ମୋଟର ସାଇକେଲେ ଗଲାବେଳେ ପାଣି ଲହଡି/ଛିଟିକା ଲୋକଙ୍କ ଉପରେ ପଡିବା ସହ ରାସ୍ତା ପାଶ୍ୱର୍ରେ ଥିବା ଘରଗୁଡିକ ମଧ୍ୟକୁ ମଇଳା ପାଣି ପଶିଯାଏ । କିଛିଦିନ ପରେ ପାଣି କମିଲେ ରାସ୍ତାସାରା ପଙ୍କ କାଦୁଅରେ ଉବୁଟୁବୁ ହୋଇଥାଏ । ଏ ସର୍ମ୍ପକରେ ବିଭାଗୀୟ କତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଗାଁ ଦାଣ୍ଡ ରସ୍ତାକୁ ଉଚ୍ଚା କରିବା ସହ ରାସ୍ତା ଉଭୟ ପାଶ୍ୱର୍ରେ ଡ୍ରେନ ସିଷ୍ଟମ୍‌ କରାଗଲେ ଏହି ସମସ୍ୟା ଦୁରୀଭୁତ ହୋଇପାରିବ ବୋଲି ଗ୍ରାମବାସୀ କୁହନ୍ତି ।

Leave A Reply

Your email address will not be published.

20 − four =