jsm

ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲ ସମ୍ମୁଖରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ପାଣିଛତ୍ର ଅଞ୍ଚଳର ରେହେମାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୦୮/୦୯/୨୧ରେ ସେ ବିବାହ କରିଥିଲେ । ଗଣେଶ ରାଇସ ମିଲ ସମ୍ମୁଖରେ ଏକ ଟାୟାର ଦୋକାନ କରି ନିଜର ପରିବାରର ଭରଣପୋଷଣ କରୁଥିଲେ । ବରଗଡ଼ ଟାଉନ ଥାନା ପକ୍ଷରୁ ଏଏସ୍‌ଆଇ ପ୍ରେମରାଜ ସାହୁଙ୍କ ନିର୍ଦେଶରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟର ଶବ ସଂରକ୍ଷଣ ଗୃହରେ ମୃତ ରେହେମାନଙ୍କ ଶବ ରଖାଯାଇଛି ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ବିଭାଗ ତରଫରୁ ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.