csstore

ଉନ୍ଦେର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳେ ଘଣ୍ଟବାହାଲି ଗ୍ରାମ ପଞ୍ଚାୟତର ଖଇରଖୁଣ୍ଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖଇରଖୁଣ୍ଟ ଗ୍ରାମ ହରିଜନ ପଡ଼ାର ଉମାକାନ୍ତ ଦୀପ ଓ ଉର୍ବଶୀ ଦୀପଙ୍କ ଝିଅ ସୁମିତ୍ରା ଦୀପ ଉନ୍ଦେର ନଦୀକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଯାହାକି ଅଞ୍ଚଳରେ ଏବେ ଦୁଃଖର ଲହରୀ ଖେଳିଯାଇଛି । ସୁଦୂର ମୁମ୍ବାଇରୁ କାଲି ନିଜ ଗ୍ରାମକୁ ଫେରିଥିଲେ । ଆଜି ସକାଳୁ ଖୁସିରେ ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇ ସେଠାରେ ଏଭଳି ଘଟଣା ଘଟିଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଘଣ୍ଟବାହାଲି ସରପଞ୍ଚ ଶ୍ରୀମତୀ ମିଲି ସାହୁ, ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ କିଶୋର କୁମାର ସାହୁ ଏବଂ ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.