pakka

ପୁଅ ବୋହୂଙ୍କ ମାଡ଼ରେ ମା’ ମୃତ : ୨ ଅଭିଯୁକ୍ତ ଫେରାର

bbehera

ଫୁଲବାଣୀ : ଶୁଦ୍ଧିକ୍ରିୟା ଭୋଜିରେ ଅଭାବନୀୟ କାଣ୍ଡ । ପୁଅ ବୋହୂଙ୍କ ଆକ୍ରମଣରେ ଆଖି ବୁଜିଲେ ମା’ । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପାଙ୍ଗାଲି ଗାଁରେ ଘଟିଛି । ମୃତକ ମହିଳାଙ୍କ ପରିଚୟ ପୁଷ୍ପାଞ୍ଜଳି ପରିଚ୍ଛା । ସେ ପାଡ଼େନକେତା ଗାଁର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ପୁଷ୍ପାଞ୍ଜଳି ଏକ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାଙ୍ଗାଲି ଗାଁର ସଂପର୍କୀୟ ଘରକୁ ଯାଇଥିଲେ । ସେଠାରେ ଥିବା ପୁଅ ବୋହୂଙ୍କ ସହ ପାଟି ତୁଣ୍ଡ ଝଗଡ଼ା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅ ବୋହୂ ମିଶି ମା’ ପୁଷ୍ପାଞ୍ଜଳିଙ୍କୁ ମାଡ଼ ମାରିଥିଲେ । ଫଳରେ ପୁଷ୍ପାଞ୍ଜଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ପୁଷ୍ପାଞ୍ଜଳିଙ୍କ ସ୍ଵାମୀ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅ ବୋହୂ ଗିରଫ ଭୟରେ ଫେରାର ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

2 × 4 =