csstore

ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫରୁ ସଚେତନତା ସହ ମାସ୍କ ଏବଂ ସାନିଟାଇଜର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫରରୁ ସେବା ହିଁ ସଂଗଠନ ଜରିଆରେ ଆଜି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ଡଳର କଟାବାହାଲ ପଂଚାୟତ ଅଧିନସ୍ଥ ବ୍ରାହ୍ମଣମାଲରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀକୁ ବଣ୍ଟନ କରା ଯାଇଥିଲା । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍‌ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପ ସଭାପତି ଘନଶ୍ୟାମ ସାହୁ, ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରୀ ସାହୁ, ବରିଷ୍ଠ ବିଜେପି ନେତା ବିନାୟକ ଗୁରୁ, ବରିଷ୍ଠ ବିଜେପି ନେତା ଝସକେତନ ସାହୁ ଆଇ.ଟି ସେଲ କୋଡିନେଟର ନୀଳାଞ୍ଚଳ ଦରୁଆନ ଓ ଗ୍ରାମର ବରିଷ୍ଠ ନାଗରିକମାନେ ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ କରୋନା ମହାମାରୀ ବିପତ୍ତି ସମୟରେ କିପରି ସତର୍କତା ଅବଲମ୍ବନ କରିବା ସହ ମାସ୍କ, ସାନିଟାଇଜର, ସାବୁନ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଆଦି ବିଷୟରେ ସଚେତନ କରାଯାଇଥିଲା ଏବଂ ମୋଦି ସରକାରଙ୍କ ୭ ବର୍ଷ ସୁଶାସନ କରିବା ଉପରେ ଆଲୋକପାତ କରାଯାଇଥିଲା ।

jayashree
Leave A Reply

Your email address will not be published.