pakka

ମଲାଡ଼ ବାତ୍ୟା ଆଶ୍ରୟ ସ୍ଥଳୀରେ ମକଡ୍ରିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ ବରୋଦା ଗ୍ରାମ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଗୁରୁବାର ଓସଡମା ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ମମତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଓସଡମା ଜିଲ୍ଲା କୋଡିନେଟର ଜୀବନ କୁମାର ଛୀନଛାନି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓସଡମାର ଅବନୀକାନ୍ତ ଭୁଇଁଆ, ସମ୍ପାଦକ ଟୁନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ମକଡ୍ରିଲ କାର୍ଯ୍ୟକ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ଓ ବାତ୍ୟା ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରିବା ରଣ କୌଶଳ ଆଦି ତାଲିମ ପ୍ରଦାନ କରାଯାଇଥିଲା । ସେହି ସମୟରେ ଧନ ଜୀବନ ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଥିଲା । ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × 2 =