pakka

ସିନାପାଲି ବନ ବିଭାଗର ବଡ଼ ସଫଳତା : ଚୋରା କାଠ ସହ ୩ କାଠ ମାଫିଆ ଗିରଫ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ଅଧୀନରେ ଥିବା ଘାଟମାଲ ନିକଟରେ ଗୋଟିଏ ବୋଲେରୋ ପ୍ଲସ ଗାଡି ସହିତ ତିନି ଜଣ କାଠ ମାଫିଆଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଥିବା ଜଣାପଡିିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିନାପାଲି ବନ ବିଭାଗ ବିଳମ୍ବିତ ରାତ୍ରିରେ ନଙ୍ଗଲବୋର୍ଡ ଓ ଘାଟମାଲ ଅଞ୍ଚଳରେ ପଇଁତରା ମାରୁଥିଲେ ଏବଂ ବୋଲେରୋ ପ୍ଲସ ଗାଡିରେ କାଠ ଯାଉଥିବାର ଦେଖି ଯାହାର ରେଜିଷ୍ଟ୍ରେସନ ନମ୍ବର ଙଜ୦୫ ଇଟ ୯୪୨୨ ସହିତ ୩ ଜଣ କାଠ ମାଫିଆଙ୍କୁ ଗିରଫ କରିଛି । ସେମାନେମାନେ ହେଲେ ୧- ଅଖିଳ ଚିନ୍ଦା(୩୫) ଗ୍ରାମ ତାଲାକୋଟ, ୨-ଗୋପୀନାଥ ରାଉତ(୩୯) ଗ୍ରାମ କୁସୁମଜୋର ଓ ୩- ପୂର୍ଣ୍ଣଚନ୍ଦ୍ର ନାଗ(୪୦) ଗ୍ରାମ କୁସୁମଜୋର । ଏହି ତିନି ଜଣ କାଠ ମାଫିଆଙ୍କୁ ଧରି ସିନାପାଲି ବନ ବିଭାଗ କେଶ ନମ୍ବର ୧୫୬/୨୨-୨୩ ରେ ୪,୧୨,ଓ ୨୧ ଦଫା ଲଗାଇ କୋର୍ଟ ଚାଲାଣ କରିଛି । ବନାଞ୍ଚଳ ଅଧିକାରୀଙ୍କ କହିବା ଅନୁସାରେ ପ୍ରାୟ 12- CFT କାଠ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ହେବ । ଏହି କାଠ ଜବତ ସମୟରେ ଏସିଏଫ୍‌ ଶିବ ପ୍ରସାଦ ରଥ, ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା, ବନପାଳ ତ୍ରିବିକ୍ରମ ନାଏକ, ଖଗେସ୍ୱର ମାଝୀଙ୍କ ସମେତ ବନରକ୍ଷୀମାନେ ସାମିଲ ଥିଲେ ।

Leave A Reply

Your email address will not be published.

5 × 3 =