pakka

ମୋବାଇଲ ଆଲୁଅରେ ଚାଲିଛି ଚିକିତ୍ସା

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଆଲୁଅରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଖବର ମିଳିଛି । ସୂଚନା ଅନୁସାରେ ମୁଖ୍ୟତଃ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭଟଲି ବ୍ଲକ ଅନ୍ତର୍ଗତ ଛଡେଇ ଗାଁ ପଞ୍ଚାୟତ ଟୁକୁର୍ଲ୍ଲା ସୀମାରେ ରହିଅଛି । ଏଠାରେ ଦିନକୁ ଅନେକ ସମୟରେ ବିଦ୍ୟୁତ ଯିବା ଆସିବା ଲାଗି ରହିଥାଏ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇବା ନେଇ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ ବୋଲି ଅଭିଯୋଗ ହେଉଛି । ଏପଟେ ତାର ଅତିରିକ୍ତ ବ୍ୟବସ୍ଥା କରିବାକୁ ଯାଇ ଚିକିତ୍ସାଳୟ ପରିସରରେ ଅନେକ ଛୋଟ ବଡ଼ ଡି.ଜି ଲଗାଯାଇଛି କିନ୍ତୁ ତାହା ପରିଚାଳନା କରିବାରେ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଅନେକ ସମୟରେ ଚିକିତ୍ସା ସେବା ପ୍ରବାଭିତ ହେଉଥିବା ଅଭିଯୋଗ ହେଉଛି । ଥରେ ଇଲେକ୍ଟ୍ରି ଯିବା ପରେ ଅନେକ ସମୟ ପରେ ଆସୁଛି । ଏପରି ସମୟରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଡ୍ରେସିଙ୍ଗ ମଧ୍ୟ ହୋଇପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଇଞ୍ଜେକ୍ସନ ଦିଆଯାଇ ପାରୁନାହିଁ, ଏକ୍ସ-ରେ ମେସିନ ଚାଲୁନାହିଁ ବୋଲି ଅଭିଯୋଗ ହେଉଛି । ଏପରି ଅନେକ ସମସ୍ୟା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗତି କରୁଥିବା ବେଳେ ଅପରାହ୍ନ ୫ ଟା ପରେ ଆଉ କୌଣସି ଉପରିସ୍ଥ ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହୁନଥିବା ବେଳେ ଭଗବାନ ଭରସାରେ ଏଠାରେ ରୋଗୀ ସେବା ଚାଲୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

fifteen − 4 =