pakka

ସାମ୍ବାଦିକ ଭବନଠାରେ ଲେଖିକା ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ପ୍ରଥମ କବିତା ସଂକଳନ କୁସୁମାଞ୍ଜଳି ଉନ୍ମୋଚିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଲେଖିକା ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ପ୍ରଥମ କବିତା ସଂକଳନ କୁସୁମାଞ୍ଜଳି ଉନ୍ମୋଚିତ ହୋଇଯାଇଛି । ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଠ ଗୀତିକାର ହୃଷିକେଶ ପୁରୋହିତ ଓ ସଂମାନିତ ଅତିଥି ଭାବରେ ସମାଜସେବୀ ଡ. ଶ୍ରୀକର ମିଶ୍ର ଯୋଗ ଦେଇଥିଲେ । ପ୍ରାରମ୍ଭିକ ସୂଚନା ଓ ପୁସ୍ତକ ସମୀକ୍ଷା କରିଥିଲେ କବି ରତ୍ନମୟ ତ୍ରିପାଠୀ । ପୁସ୍ତକର କେତୋଟି କବିତାକୁ ସ୍ୱର ଦେଇ ଗାଇଲେ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର । ସଭା ପରିଚାଳନା କରିଥିଲେ କସ୍ତୁରୀ ରଥ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ପୁସ୍ତକର ପ୍ରକାଶକ ବିମଲ କିଶୋର ମିଶ୍ର । କାର୍ଯ୍ୟକ୍ରମକୁ ସଫଳ କରିବାରେ ମୃଗେସ ବୈଷ୍ଣବ ପାଣିଗ୍ରାହୀ, ଦୀପକ ମହାନ୍ତି କୁନିଝିଅ ଆଦ୍ୟା ଓ ଇଭା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ସାହିତ୍ୟିକ ଯୋଗଦେଇ ଥିଲେ ।

jay balangir
Leave A Reply

Your email address will not be published.

five × 3 =