pakka

ଭୁସକିମାଲରେ ସରପଞ୍ଚ ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନ ବେଳେ ଗ୍ରାମବାସୀଙ୍କ ବିରୋଧ : ଫୋଟୋ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

bbehera

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ କିଛି ପ୍ରାର୍ଥୀମାନେ ଖୋଲମଖୋଲା ଟଙ୍କା ବଣ୍ଟନ କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତର ଭୂସକିମାଲ ଗ୍ରାମରେ । ପ୍ରକାଶ ଯେ , ଭୈରବ ସାହୁଙ୍କ ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନରେ ଓଲ୍ଲାଇଛନ୍ତି । ଏଥିରେ ସରପଞ୍ଚ ପ୍ରାର୍ଥୀଙ୍କ ସ୍ୱାମୀ ଓ କିଛି ସମର୍ଥକମାନେ ଭୁସକିମାଲ ଗାଁକୁ ଯାଇ ଟଙ୍କା ବଣ୍ଟନ କରୁଥିବା ବେଳେ ଭୁସକିମାଲ ଗ୍ରାମବାସୀମାନେ ବିରୋଧ କରିବା ସହ ଟଙ୍କା ନେବାକୁ ମନା କରିଥିଲେ । ପରେ ଗ୍ରାମବାସୀ ପ୍ରମେୟ ସଇଁତଲା ବ୍ଲକ ପ୍ରତିନିଧି ପ୍ରଦୀପ ବାଗଙ୍କୁ ଖବର ଦେବା ପରେ ପ୍ରଦୀପ ଭୁସକିମାଲ ଗାଁକୁ ପହଂଚିଥିଲେ । ଏଥିରେ ଭୈରବ ସାହୁ ଓ ଗଣେଶରାମ ସାହୁ, ଟିକେଶ୍ୱର ସାହୁ, ପ୍ରଭୁଦତ୍ତ ସାହୁ, ରାକେଶ ସାହୁ ମାନେ କାହିଁକି ଆସିଲ କହି ଉତକ୍ଷିତ ହୋଇ ପ୍ରଦୀପଙ୍କୁ ଆକ୍ରମଣ କରିବା ସହ ଏକ ମୋବାଇଲ ଫୋନ, ଏକ ସୁନା ମୁଦି, ବାଇକ ଚାବି ଓ କିଛି ଟଙ୍କା ଛଡେଇ ନେବା ସହ ମାଡ଼ ମାରିଥିଲେ । ଏହାପରେ ଭୌରବ ସାହୁ ଓ ଗ୍ରାମବାସୀ ମୁହାମୁହଁ ହୋଇଥିଲେ । ପରେ ଗ୍ରାମବାସୀମାନେ ଆକ୍ରମଣକାରୀଙ୍କ ଠାରୁ ପ୍ରଦୀପଙ୍କୁ ଉଦ୍ଧାର କରି ସଇଁତଲା ଡାକ୍ତରଖାନାରେ ଭର୍ତି କରିବା ସହ ଚିକିତ୍ସା କରାଇଥିଲେ । ତେବେ ପ୍ରଦୀପଙ୍କ ହାତ, ମୁହଁ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡିଛି । ଏ ନେଇ ପ୍ରଦୀପ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କୁ ପଚାରିବାରୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ । ଖବର ପାଇ ସଇଁନତଲା ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡେଛି । ଅନ୍ୟପଟେ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ଘଟଣାର ନିନ୍ଦା କରିବା ସହ ଆକ୍ରମଣକାରୀ ଯୁବକମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

14 − 14 =