csstore

ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ଅସହାୟ ଅବିବାହିତା ମହିଳା ସନ୍ଧ୍ୟାରାଣୀ ପଟ୍ଟନାୟକ କିଛି ଦିନ ତଳେ ମନ୍ଦିର ବାହାରେ ଦୀପ ଲଗାଉଥିବା ବେଳେ ଦୁର୍ଘଟଣା ବଶତଃ ନିଆଁର ପୋଡି ହୋଇ ଯାଇଥିଲେ । ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏହି ଖବର ଶୁଣି ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ପରିବାରର ଲୋକ ପଛଘୁଞ୍ଚା ଦେବାପରେ ବ୍ରହ୍ମପୁର ବିଧାୟକ ଶ୍ରୀମାନ ବିକ୍ରମ କୁମାର ପଣ୍ଡା ଉକ୍ତ ମହିଳାଙ୍କ ପୋଷ୍ଟମୋର୍ଟମରୁ ଆରମ୍ଭ କରି ଶବ ସତ୍କାର ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନିଜେ ଉପସ୍ଥିତ ରହି କରାଇଥିଲେ । ଅସହାୟ ମହିଳାଙ୍କ ଶବ ସତ୍କାର କରି ମହାନତାର ପରିଚୟ ଦେବା ପରେ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି କହିଥିଲେ ।

jayashree
Leave A Reply

Your email address will not be published.