csstore

ପଣ୍ତରୀପାଣି ଗ୍ରାମରେ କରୋନା ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ପଣ୍ତରୀପାଣି ଗ୍ରାମରେ ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ମାନଙ୍କର ପ୍ରଚେଷ୍ଟାରେ କୋଭିଡ ଗାଇଡ ଲାଇନ ନିୟମ ମାନି ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହାତରେ ସାନିଟାଇଜର ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ ଲୋକ ମାନଙ୍କୁ ସଚେତନ କରାଇଥିଲେ ସ୍ୱେଚ୍ଛାସେବୀ ଯୁବକ ମାନେ । ପ୍ରତ୍ୟେକ ଲୋକଙ୍କୁ ବିନା କାରଣରେ ଅଯଥା ଘରୁ ନ ବାହାରିବା, ଅଯଥାରେ ବୁଲାବୁଲି ନ କରି ଘରେ ରହିବାକୁ ପରାମର୍ଶ କରିଥିଲେ । ବାହାରକୁ ଯଦି ଅତ୍ୟାବଶ୍ୟକ କାର୍ଯ୍ୟରେ ଯାଉଛନ୍ତି ତେବେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ପରାମର୍ଶ କରିଥିଲେ । ପ୍ରତ୍ୟେକ ଘରକୁ ଯାଇ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡମେମ୍ବର ଲବ ସୁନା, ରଘୁନାଥ କ୍ଲବର ସମସ୍ତ ସଦସ୍ୟ ପରମେଶ୍ୱର ତମନିଆ, ସୁରେନ୍ଦ୍ର ବରିହା, ଯଯାତୀ କେଶରୀ ଭୋଇ, ଚିତ୍ରାଙ୍ଗଦା ସୁନା, ବିମଳ ଭୋଇ, ପିସି ବରିହା, ସମ୍ପଦ ବରିହା, ଗୋପାଳ ଭାଇ, ନିରାକାର ବରିହା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.