pakka

ଟିଟିଲାଗଡ ବିଜେପିର ମିଶ୍ରଣ ପର୍ବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ହେଉଛି ବଲାଙ୍ଗିର ଜିଲ୍ଲାର ସବୁଠୁ ହଟଚମଟ ସୃଷ୍ଟି କରୁଥିବା ଅଞ୍ଚଳ । ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରୋମାଞ୍ଚକ ମୋଡ଼ ନେଉଛି ରାଜନୈତିକ ଅଭିସନ୍ଧି । ପ୍ରଥମେ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ନାମାଙ୍କନ ଦାଖଲ ସମୟରେ ସହର ସାରା ଲୋକାରଣ୍ୟ ହୋଇଯାଇଥିବା ବେଳେ ତାହାକୁ କାଉଣ୍ଟର ହୋଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟୁକୁନି ସାହୁଙ୍କ ନାମାଙ୍କନ ଦାଖଲ । ଇତି ମଧ୍ୟରେ ପ୍ରାୟ ଦିନ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଚାଲିଥିବା ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ସୁରେନ୍ଦ୍ର ସିଂ ଭୋଇ ଓ ବିଜେପିର ଆଶାୟୀ ପ୍ରାର୍ଥୀ ମୁକେଶ ଜୈନ । ଯାହାକି ଟୁକୁନି ସାହୁଙ୍କ ଶକ୍ତି ବୃଦ୍ଧି ହେବା ସହ ସଂଗଠନ ଆହୁରି ମଜ୍‌ବୁତ୍‌ ହେଲା ବୋଲି ଲୋକେ ଆଲୋଚନା କରୁଥିଲେ । ବିଜେପି ନେତା ନବୀନ ଜୈନଙ୍କୁ ସମର୍ଥନ ଦେବା ପାଇଁ ଆଗକୁ ଆସିଥିଲେ ବିଜେପିର ଟାଣୁଆ ନେତା ଶୁଭ୍ରାଂଶୁ ଦାସ ଓ ଗୁଡ଼ଭେଲା ବ୍ଲକର ଅଶୋକ ଦୋରା । ଶନିବାର ଦିନ ଟିଟିଲାଗଡରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରାର୍ଥୀ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ବିଜେପିରେ ଯୋଗ ଦେଲେ ବିଜେଡ଼ିର ଚାଣକ୍ୟ ବୋଲାଉଥିବା ପ୍ରମୋଦ ପ୍ରଧାନ, ରାଜ୍ୟ ସରପଞ୍ଚ ସଙ୍ଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଭେଟରେନ୍ ପଞ୍ଚା ସାହୁ, ବିଜେଡି ଛାଡି ଥିବା ନାରୀ ନେତ୍ରୀ ଶ୍ରୀମତୀ ରଞ୍ଜୁ ରାଇମନ, ଆପ ପାର୍ଟି ଛାଡିଥିବା ନେତା ବିଜୟ ମେହେର, କୋଶଳ ସଂଗ୍ରାମୀ ରଞ୍ଜନ ଖୁଆସଙ୍କ ସମେତ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ସରପଞ୍ଚ, ସମିତି ସଭ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବକ ବନ୍ଧୁ ତଥା ସ୍ଵାଭିମାନୀ ଲୋକ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନୂତନ ସଦସ୍ୟଙ୍କୁ ସ୍ଵାଗତ କରିବା ସହ ଏଥର ଓଡ଼ିଶାରେ ବିଜେପି ସରକାର ସୁନିଶ୍ଚିତ ବୋଲି କହିଥିଲେ । ଟିଟିଲାଗଡ଼ରେ ପରିବର୍ତ୍ତନ ହେବ, ନବୀନ ଜୈନ ବିଜୟୀ ହେବେ ଓ ସାଂସଦ ଭାବେ ଶ୍ରୀମତୀ ସିଂହଦେଓ ବିଜୟୀ ହୋଇ ବଲାଙ୍ଗିର ଜିଲ୍ଲାର ଉନ୍ନତି କରିବେ ବୋଲି ମୁଁ କହୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ୧୦ ହଜାରରୁ ଅଧିକ ଲୋକ ଆଜି ବିଜେଡି ଛାଡ଼ି ବିଜେପି ପରିବାରରେ ସାମିଲ ହେବା ଏକ ପରିବର୍ତ୍ତନର ସ୍ଵର ବୋଲି କହିଥିଲେ ସାଂସଦ ପ୍ରାର୍ଥୀ ଶ୍ରୀମତୀ ସଙ୍ଗୀତା ସିଂହଦେଓ । ଟିଟିଲାଗଡ ରାଜନୀତି ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଟୁକୁନି ସାହୁଙ୍କ ବିଜେଡି ଗଡକୁ ଭ।ଙ୍ଗିବାରେ ଆଜିର ମିଶ୍ରଣ ପର୍ବ ବହୁତ ସହାୟକ ହେବ ବୋଲି ସହରରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

10 + 13 =

error: Content is protected !!