
ବରଗଡ଼, (କେପିଏନ୍ଏସ୍) : ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ । ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବଡ଼ ବଡ଼ କୋଠା । ଜଦଖଲରେ ଥିବା ଦୋକାନ ଏବଂ ଘର ଗୁଡିକୁ ଭଙ୍ଗା ଯାଉଛି । ଉଚ୍ଛେଦ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ୧୬୩ ଜାରି କରାଯାଇଛି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଏବଂ ପୌର ପ୍ରଶାସନ ଉପସ୍ଥିତ ରହିବା ସହ ୧୨୦ ପୁଲିସ୍ ଅଧିକାରୀ ମୁତୟନ ହୋଇଛନ୍ତି । ସୂଚନାନୁସାରେ, ଆଜି ସକାଳୁ ବରଗଡ଼ ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଶେଷ ହେଲାଯାଏ ସମ୍ପୃକ୍ତ ଅଂଚଳରେ ୧୬୩ ଧାରା ଜାରି ରହିବ। ସେହିଭଳି ଉଚ୍ଛେଦ ପ୍ରକ୍ରୀୟାକୁ ଅତି କମ ସମୟରେ ଶେଷ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ବୁଲଡ୍ରୋଜର, ଜେସିବି ଓ ହାଇଡ୍ରା ନିୟୋଜିତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୨୦ ଜଣ ପେୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏସପିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଛନ୍ତି । ସନ୍ଧ୍ୟା ସୁଦ୍ଧାର କାମ ସାରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି ।