ମଜୁରୀ କରି କୁଟୁମ୍ବ ସମ୍ଭାଳୁଥିବା ବିଧବା ଆଦିବାସୀ ମହିଳାଙ୍କୁ ମିଳୁନି ବିଧବା ଭତ୍ତା

ତୁରେକେଲା, (କେପିଏନ୍‌ଏସ୍‌) ; ମଜୁରୀ କରି ଛ’ ଜଣ କୁନି କୁନି ପୁଅଝିଅଙ୍କୁ ସମ୍ଭାଳୁଥିବା ବିଧବା ଆଦିବାସୀ ମହିଳାଙ୍କୁ ବିଧବା ଭତ୍ତା ମିଳୁ ନଥିବା ଭଳି ଏକ ଅଭାବାନୀୟ ଖବର ଆସିଛି । ସୂଚନା ଅନୁସାରେ ସଂପୃକ୍ତ ବ୍ଳକ୍‌ ଅଧୀନସ୍ଥ ଖଗସା ଗ୍ରା.ପ.ର ଖଗସା ଗାଁ ଠୋକୋପଡ଼ାର ପୀର ଯାନିଙ୍କ ପ୍ରାୟ ତିନି ବର୍ଷ ପୂର୍ବରୁ ସ୍ୱାମୀଙ୍କ ସ୍ୱର୍ଗବାସ ପରେ କୁନି କୁନି ଚାରି ଝିଅ ଓ ଦୁଇ ପୁଅକୁ କୁଲି ମଜୁରୀ କରି ସମ୍ଭାଳୁଛନ୍ତି । ବିପିଏଲ୍‌. ଚାଉଳ ପାଉଥିଲେ ବି ସେ ଏ ପର୍ଯ୍ୟନ୍ତ ବିଧବା ଭତ୍ତା ପାଇନାହାନ୍ତି । ବହୁବାର ସେ ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ସତ୍ତେ୍ୱ ତାଙ୍କ ବିଧବା ଭତ୍ତା ହୋଇ ପାରି ନଥିବା ସେ କହିଛନ୍ତି । ତେବେ ତାଙ୍କ ପାଇଁ ଯଥାଶୀଘ୍ର ବିଧବା ଭତ୍ତାର ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.