pakka

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ(ବିକ୍ଷିପ୍ତ ଅଣ୍ଡାଦାନ) ଦେଖିବାକୁ ମିଳିଛି

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ବେଳାଭୂମିରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସ୍ପାରାଟିକନେଷ୍ଟିକ(ବିକ୍ଷିପ୍ତ ଅଣ୍ଡାଦାନ) ହୋଇଥିବା ଜଣାପଡିଛି । ଫଳରେ ଏହାକୁ ନେଇ ପରିବେଶବିତ୍‌ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ମୁଖ୍ୟତଃ ଭାବେ ନଭେମ୍ବର ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ବିରଳ କଇଁଛଙ୍କ ମିଳନ ପ୍ରକ୍ରିୟା ହୋଇଥାଏ । ଚଳିତ ବର୍ଷ ବର୍ତ୍ତମାନ ସେହି କଇଁଛମାନେ ଉପକୂଳରେ ଆସି ଆସ୍ତେ ଆସ୍ତେ ସମାଗମ ହେଉଥିବା ନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଡିସେମ୍ବର ମାସରେ ମିଳନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ଆରମ୍ଭ ହେବାର ସମ୍ଭାବନା ରହିଥିବା ଜଣାପଡୁଛି । ଋଷିକୁଲ୍ୟା ନଦୀର ପୁରୁଣାବନ୍ଧ ଗ୍ରାମ ମା’ ଗଙ୍ଗାଦେବୀ ପୀଠ ସମ୍ମୁଖ ଆୟର୍ଲ୍ୟାଣ୍ଡ ମଧ୍ୟରେ ବେଳାଭୂମିରେ ଚଳିତ ବର୍ଷର ପ୍ରଥମ ବିକ୍ଷିପ୍ତ ଅଣ୍ଡାଦାନ ହୋଇଥିବା ଜଣାପଡ଼ିଛି । ଗୋଟିଏ ଅଲିଭ ରିଡଲେ କଇଁଛ ବେଳାଭୂମି ଉପରକୁ ଉଠିଆସି ୧୩୨ ଗୋଟି ଅଣ୍ଡା ଦେଇ ସମୁଦ୍ର ମଧ୍ୟକୁ ଚାଲିଯାଇଥିବା ନେଇ ବନ ବିଭାଗ କର୍ମଚାରୀଙ୍କ ଠାରୁ ଜଣାପଡ଼ିଛି । ବନ ବିଭାଗ କର୍ମଚାରୀ କଇଁଛର ପାଦ ଚିହ୍ନ ଦେଖିବା ପରେ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ଥାନରୁ ଅଣ୍ଡା ଗୁଡିକୁ ସଂଗ୍ରହ କରି ପୁରୁଣାବନ୍ଧ ସ୍ଥିତ ହେଚେରିରେ ରଖାଯାଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଗଞ୍ଜାମ ବ୍ଲକର ପୁରୁଣାବନ୍ଧ, ପୁରୁଣା ପୋଡ଼ାମ ପେଟା ଓ ପ୍ରୟାଗି ବେଳାଭୂମିରେ ବନ ବିଭାଗ ତରଫରୁ ତିନୋଟି ହେଚେରି କରାଯାଇଛି କଇଁଛଙ୍କ ଅଣ୍ଡା ସୁରକ୍ଷା ନିମନ୍ତେ ।

ସୂଚନା ଥାଉକି ମଙ୍ଗଳବାର ସକାଳେ ବନ ବିଭାଗ ପେଟ୍ରୋଲିଙ୍ଗ ସ୍କ୍ୱାଡ଼ ସମୁଦ୍ର ମଧ୍ୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୋଟିଏ ଅଲିଭ ରିଡଲେ ଦୃଷ୍ଟି ଗୋଚର ହୋଇଥିବା ପ୍ରକାଶ କରିଛନ୍ତି । ଚଳିତ ମାସ ୧ ତାରିଖରୁ ଏହି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ପେଟ୍ରୋଲିଙ୍ଗ ଆରମ୍ଭ ହୋଇଛି । ଉତ୍ତରରେ ପ୍ରୟାଗି ଠାରୁ ଦକ୍ଷିଣରେ ଆର୍ଜିପଲି ପର୍ଯ୍ୟନ୍ତ ୨୦ କିମି ମଧ୍ୟରେ ଯନ୍ତ୍ର ଚଳିତ ଡ଼ଙ୍ଗା ବ୍ୟବହାର ପାଇଁ ବାରଣ କରାଯାଇଛି । ଏହି କଟକଣା ଆସନ୍ତା ୭ ମାସ ପର୍ଯ୍ୟନ୍ତ ବଳବତ୍ତତ୍ତର ରହିବା ନେଇ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

three + 10 =