csstore

ଉତ୍କଳ ସ୍ନେହୀ ମହିଳା ସମିତିର ରଜ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ୱରେ ଏକ ରଜ ମିଳନ କାର୍ଯ୍ୟକ୍ରମ ଛେଣ୍ଡ୍ କଲୋନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ସଙ୍ଗୀତ ସହ ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହିଳା ସମିତିର ସଦସ୍ୟାମାନେ ନିଜ ହାତ ତିଆରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା ପଣା ଆଣି ସାମୂହିକଭାବେ ଭୋଜନ କରିଥିଲେ । ଡ.ଗୋକୁଳାନନ୍ଦ ସାହୁ ଏବଂ ଶ୍ରୀମତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥିମାନେ ରଜ ଉତ୍ସବ ପାଳନର ପରମ୍ପରା ଓ ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।ଏହି ଉତ୍ସବରେ ନମିତା ଆଚାର୍ଯ୍ୟ, ଗୀତାଞ୍ଜଳି ମିଶ୍ର, ସୁପ୍ରିୟା ମହାନ୍ତି, ଇନ୍ଦିରା ମହାନ୍ତି, ସାବିତ୍ରୀ ଦାସ, ଗୀତା ସେନାପତି, ମଞ୍ଜୁ ବାଳା ମହାପାତ୍ର, ଅନିମା ବିଶ୍ୱାଳ, ବିଜୟଲକ୍ଷ୍ମୀ ମିଶ୍ର, ସ୍ନିଗ୍ଧା ସେନାପତି ପ୍ରମୁଖ ସଦସ୍ୟାମାନେ ସକ୍ରିୟ ସହଯୋଗ କରିଥିବା ବେଳେ ନିର୍ମଳ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ମହାନ୍ତି, ସୁବାସ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ମିଶ୍ର, ଅଜୟ କୁମାର ମିଶ୍ର, ଡ.ଶକ୍ତି ପ୍ରସାଦ ସାମନ୍ତରାୟ, ନାରାୟଣ ଚନ୍ଦ୍ର ଜେନା, ଲକ୍ଷ୍ମଣ ନାଥ ଦାସ ପ୍ରମୁଖ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.