pakka

ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡରେ ଜଳିଗଲା ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭାଥାନା ପାଲଙ୍ଗ ପଂଚାୟତ ନିମୁସୁଲା ଗ୍ରାମରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ବୁଧବାର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ ସେହି ଗ୍ରାମର ବିନୋଦ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ଅନ୍ୟ ଘରକୁ ନିଆଁ ବ୍ୟାପିବା ପୂର୍ବରୁ ରମ୍ଭା ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ମୁଖ୍ୟ ଅଗ୍ନିକ ଅଧିକାରୀ ସୁଶାନ୍ତ କୁମାର ମାଝୀ, ତପନ କୁମାର ଅଧିକାରୀ, ଚନ୍ଦ୍ର ଶେଖର ସାମନ୍ତରାୟ, ମାନସ ରଞ୍ଜନ ବେହେରା, ଶିଶିର କୁମାର ଦାସ, ସୁବାଷ ଚନ୍ଦ୍ର ବରାଳ, ମନୋଜ ସେଠୀ ପ୍ରମୁଖ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ।

Leave A Reply

Your email address will not be published.

sixteen − thirteen =