ବର୍ଷା ବିତ୍ପାତ, ଗଛ ସହ ବିଦ୍ୟୁତ ଖମ୍ବ ଭାଙ୍ଗିଲା

ମ.ରାମପୁର, (ହେମନ୍ତ ସାହୁ) : ବର୍ଷା ଆରମ୍ଭରୁ ବିତ୍ପାତ ଆରମ୍ଭ । ବର୍ଷା ସହ ପବନ ଯୋଗୁଁ ଗଛ ଓ ବିଦ୍ୟୁତ୍‌ ଖମ୍ବ ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଛି । ଘର ଉପରେ ପଡ଼ିଛି ଗଛ ଓ ରାସ୍ତାରେ ବି । ବିଦ୍ୟୁତ ଖମ୍ବ ମଧ୍ୟ ଭାଙ୍ଗି ପଡ଼ିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଡୁଡୁକାରଞ୍ଜା ଗାଁରେ ଆଜି ଗାଁର ଅନେକ ଲୋକଙ୍କ ଘରେ ବଡ଼ ବଡ଼ ଆମ୍ବ ଗଛ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଘର ଭାଙ୍ଗି ଘରର ଅନେକ ଆବାସ ପତ୍ର ନଷ୍ଟ ହୋଇଯାଇଛି । ଏ ଖବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ରାଜ୍ୟ ବିଜେଡ଼ି ଦଳ ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ପାଇ ତୁରନ୍ତ ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟିବା ସହ ବିଦ୍ୟୁତ ଖୁଣ୍ଟ ହଟେଇ ଥିବା ଜଣା ପଡ଼ିଛି ।

Leave A Reply

Your email address will not be published.

five + 6 =