shyamal

ସରସରା ହାଇସ୍କୁଲର ୧୯୯୩ ବ୍ୟାଚ୍‌ର ବନ୍ଧୁ ମିଳନ

  • ପ୍ରକୃତିକୁ ବଞ୍ଚାଇବା ଆମର ପ୍ରଥମ ଦାୟିତ୍ଵ – ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସରସରା ହାଇସ୍କୁଲର ୧୯୯୩ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ସମସ୍ତ ବନ୍ଧୁ ମାନଙ୍କୁ ନେଇ ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଶୈବପୀଠ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅମୃତଧାରା ନର୍ସିଂ ହୋମ୍‌ ବିଜେପୁରର ପରିଚାଳକ ଯଶୋବନ୍ତ ମେହେରଙ୍କ ଆୟୋଜନ କ୍ରମେ ଏଇ ନିଆରା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଏହିକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସଭାପତି ଶ୍ରୀମାନ ଯଶୋବନ୍ତ ମେହେର ଶ୍ରୀ ପୁରୋହିତଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କଲାପରେ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ବନ୍ଧୁ ମିଳନ କାଯ୍ୟାକ୍ରମ ସ୍ଥଳକୁ ପାଛୋଟି ଆଣିଥିଲେ । ଚିରକାଳ ସ୍ମରଣୀୟ ହୋଇ ରହିବା ପ୍ରୟାସରେ ସମସ୍ତ ସଦସ୍ୟ, ସଦସ୍ୟା ବୃନ୍ଦ ପ୍ରସିଦ୍ଧ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷଚାରା ଗୋଟିଏ ଗୋଟିଏ ରୋପଣ କରିଥିଲେ । କୋହଳା ପାଗ ସାଙ୍ଗକୁ ବର୍ଷାର ତାଣ୍ଡବ ନୃତ୍ୟକୁ ଖାତିର ନକରି ଦୂରଦୂରାନ୍ତରେ ଥିବା ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ପୁରୋହିତ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶିଦାର ହୋଇ ବୃକ୍ଷରୋପଣ କରିବା ସାଙ୍ଗକୁ ପ୍ରକୃତି ବଞ୍ଚାଇବା ଆମର ପ୍ରଥମ କର୍ତ୍ତବ୍ୟ ଅଟେ ଏବଂ ଯେଉଁ ଭଳି ଭାବେ ବର୍ଷାଭାବ, ତାପମାତ୍ରା ବୃଦ୍ଧି ବଢ଼ିବାରେ ଲାଗିଛି ତାକୁ ଆଖି ଆଗରେ ରଖି ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତବ୍ୟକ୍ତ କରିଥିଲେ । ସରସରା ହାଇସ୍କୁଲରେ ଚଳିତ ବର୍ଷର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଯୋଗଦାନ ପୂର୍ବକ ସାଥି ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏ ଅବସରରେ ଠାକୁର ବାରିକ, ଦେବାର୍ଚ୍ଚନ ପୂଜାରୀ, ପ୍ରତାପ ଭୋଇ, ପଙ୍କଜ ଦାସ, ଶିଶିର ପଣ୍ଡା,ସୁବ୍ରତ ପଣ୍ଡା, ପ୍ରଶାନ୍ତ ପଧାନ, ପ୍ରତିଭା ପଧାନ, ବିଭୁଦତ୍ତ ଖମାରୀ, ଧନମାଳୀ ମେହେର, କଲ୍ୟାଣୀ ଭୋଇ, ଜୟଶ୍ରୀ ଭୋଇ, ପ୍ରମୋଦ ଭୋଇ, ହରିହର ବିଶି, ରତନ ଭୋଇ, ନନ୍ଦୀତା ତ୍ରିପାଠୀ, ଧିରା ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଏଇ ନିଆରା ବନ୍ଧୁ କାର୍ଯ୍ୟକ୍ରମ ବେଶ ସୁରୁଖୁରୁରେ ସମାପନ ହୋଇଯାଇଛି ।

purusottam
Leave A Reply

Your email address will not be published.