୧୦ ବର୍ଷରୁ ଅଧିକ ସମୟ କାର୍ୟ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ : ମେଡିକାଲ କର୍ମଚାରୀ ସଂଘ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖାର ଚଳିତ ବର୍ଷ ପ୍ରଥମ କାର୍ୟ୍ୟକାରୀ କମିଟି ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କର୍ମଚାରୀମାନଙ୍କ ୧୧ ଦଫା ଦାବୀ ଉପରେ ଆଲୋଚନା କରାଯାଇଥିଲା । ଆଉଟସୋର୍ସିଂରେ କାର୍ୟ୍ୟରତ କର୍ମଚାରୀମାନଙ୍କୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସଂଶୋଧିତ ପାରିଶ୍ରମିକ ୧୧ ମାସର ବକେୟା ପ୍ରଦାନ କରିବା, ନୂତନ ଭାବେ ଦାୟିତ୍ୱ ନେଇଥିବା ଠିକାଦାର ପୂର୍ବରୁ କାର୍ୟ୍ୟରତ ସମସ୍ତ ଆଉଟସୋର୍ସିଂ କମଚା·ରୀ ଓ କୋଭିଡ ପରିଚାଳନାରେ ସହଯୋଗ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଦାବୀ କରାଯାଇଥିଲା । ସ୍ଥାୟୀ କର୍ମଚାରୀମାନଙ୍କୁ ପଦୋନ୍ନତି ଦେବା ଓ ନୂତନ ସରକାରୀ ବାସଗୃହ ନିର୍ମାଣ କରିବା, ନର୍ସିଂ କର୍ମଚାରୀମାନଙ୍କ ଭଳି ଦୀର୍ଘ ୧୦ ବର୍ଷରୁ ଊଦ୍ଧ୍ୱର୍ ଦିନ ଧରି କାର୍ୟ୍ୟରତ ସମସ୍ତ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ଦେବା ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉ, ୨୦୦୧ ମସିହାରେ ଛଟେଇ ହୋଇଥିବା କମଚା·ରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ନିୟମିତ ଭାବେ ଇପିଏଫ ଓ ଇଏସଆଇ କାଟି ଦାଖଲ କରିବାକୁ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି ଦାବୀ ନେଇ ଆଲୋଚନା ହୋଇଥିଲା । ଅନ୍ୟତମ ଉପସଭାପତି ସୁକାନ୍ତ ମୁଖୀ, ଉପଦେଷ୍ଟା ଲାଲୁ ମୋହନ ବେହେରା, ଜିଲ୍ଲା ମେଡିକାଲ କର୍ମ·ରୀ ସଂଘର ସମ୍ପାଦକ ଜି.ନରସିଂହ ରାଓ, ମେଡିକାଲ କଲେଜ ଶାଖାର ସମ୍ପାଦକ ରାଜୁ ଚିନ୍ନା, ରବି ନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ସନାତନ ନାୟକ, ଅ ।ନନ୍ଦ ମିଶ୍ର, ଗୌରହରି ମହାପାତ୍ର, ପୁଷ୍ପା ରେଡୀ, ଏମ. ଉଷାରାଣୀ, ସବିତା ବେହେରା, କେଶବ ନାୟକ ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.