om academy

ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ ଏନ୍‌ଆଇଟି ରାଉରକେଲାର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟି ସିଭିଲ ଇଂଜିନିୟରିଂ ବିଭାଗର ପ୍ରଫେସର ଡଃ ସୋମେଶ ଜେନା, ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ସିପ୍ରା ସାହୁ, ବରେଣ୍ୟ ଅତିଥି ଭାବେ ପିଏଚ୍‌ଡ଼ି ଛାତ୍ର ରାଜୀବ କୁମାର ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ପତି ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଛବିରାଣୀ ଓ ମମତା ସେନାପତି ଏହାର ଦାୟିତ୍ଵ ନିର୍ବାହ କରିଥିଲେ । ମୁଖ୍ୟ ଅତିଥି କହିଲେ ଯେ, ବିଜ୍ଞାନର ଯୁଗରେ ଅନେକ ବିସ୍ମୟକର ଘଟଣାଗୁଡ଼ିକ ସହଜ ସରଳ ଉପାୟରେ ହୋଇ ପାରୁଛି । ତେଣୁ ଏଭଳି ମେଳାର ଉପାଦେୟତା ଅନେକ । ଏହି ମେଳାରେ ୬୦ରୁ ଅଧିକ ପ୍ରୋଜେକ୍ଟ ପ୍ରଦର୍ଶିତ କରାଯାଇଥିଲା । ସେଥିମଧ୍ୟରୁ ପ୍ରଥମ ୫ଟିକୁ ଅତିଥି ମାନଙ୍କ ଦ୍ୱାରା ମନୋନୀତ କରାଯାଇଛି । ଏଥିରେ ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏନ୍‌ସିସିର ଶିକ୍ଷକ ସରୋଜ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜ୍ଞାନ ଭିତ୍ତିକ ସଂଗୀତ ମିନତୀ ଖମାରୀଙ୍କ ତତ୍ତ୍ୱାବଧାନରେ ଛାତ୍ରମାନଙ୍କ ଦ୍ଵାରା ଗାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସର୍ବଶ୍ରୀ ଅଜୟ କୁମାର ରାଉତ, ନମିତା ଦନ୍ତା, ଭରତ ସେଠୀ, ସାଗର ପରିଡା ଅନ୍ନପୂର୍ଣ୍ଣା ସାହୁ, ସସ୍ମିତା ପଟ୍ଟନାୟକ, ସୁଜାତା ମିଶ୍ର, ସୀତାରାମ ସାହୁ, ସମୀକ୍ଷା ସେନାପତି, ବିଜୟ କୁମାର ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏନ୍‌ସିସିର ପ୍ରଶିକ୍ଷାତ୍ରୀମାନଙ୍କୁ ଅତିଥିଗଣ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀଙ୍କ ଉଚ୍ଚତର ପାରଦର୍ଶିତା ଅର୍ଜନ କରି ବହୁ ପ୍ରତିଯୋଗିତା ମଧ୍ୟରେ ତୃତୀୟ ପୁରସ୍କାର ଗ୍ରହଣ କରି ବିଦ୍ୟାଳୟର ଗୌରବ ତଥା ସମ୍ମାନ ଆଣିପାରିଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳି ଯାଇଥିଲା । ଏହି ମେଳା ଦ୍ୱାରା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ମିଳି ପାରିଛି ।

Leave A Reply

Your email address will not be published.

4 + 8 =