
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ପରିଚାଳନା ସମିତି ସମ୍ପାଦକ ଯଶୋବନ୍ତ ମେହେରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନୂତନ ଚିନ୍ତାଧାରା ଏବଂ ଅନୁ ସନ୍ଧାନମୂଳକ ମନୋଭାବକୁ ବାହାରକୁ ଆଣିବା ପାଇଁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଜୟନ୍ତ ପଧାନ ବିଜ୍ଞାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜେପୁର, ଅବସରପ୍ରାପ୍ତ ବିଇଓ ତଥା ପରିଚାଳନା ସମିତି ଉପ ସଭାପତି ଘନଶ୍ୟାମ ସାହୁ ଏବଂ ରୁଦ୍ରପ୍ରତାପ ଶାସ୍ତ୍ରୀ ଉପସ୍ଥିତ ଥିଲେ । ସହ-ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟ ଉମାକାନ୍ତ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଘନଶ୍ୟାମ ମେହେର କାର୍ଯ୍ୟକ୍ରମର ବୃତ୍ତ ପଠନ କରିଥିଲେ । ଶିଶୁ ବାଟିକା ଭାଗ-୧ରୁ ୧୨୪ ଜଣ, ଶିଶୁ ବାଟିକା ଭାଗ-୨ରୁ ୯୨ଜଣ, ତୃତୀୟ ଶ୍ରେଣୀରୁ ୫୨ଜଣ, ଶିଶୁ ବର୍ଗରୁ ୫୦ଜଣ, ବାଳ ବର୍ଗରୁ ୨୯ ଜଣ ଓ କିଶୋର ବର୍ଗରୁ ୭ ଜଣ ଭାଗ ନେଇଥିଲେ । ଏଥିରେ ବିଜ୍ଞାନ ପ୍ରକଳ୍ପରେ ୨୭୪ ଜଣ, ଗଣିତ ପ୍ରକଳ୍ପରେ ୮୦ ଜଣ, ମୋଟ ୩୫୪ଟି ପ୍ରକଳ୍ପରେ ଶିଶୁ ଭାଇ ଭଉଣୀ ଭାଗ ନେବା ସହିତ ଏହି ଅବସରରେ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ରବାଚନ, କଥାକଥନ, ତାତ୍କାଳିକ ଭାଷଣ, ନିବନ୍ଧ ଓ ମୂର୍ତ୍ତିକଳା ଇତ୍ୟାଦି ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଗଣିତ ପ୍ରକଳ୍ପରେ ଅଶ୍ୱିନୀ ଗତତିଆ, ବିବେକାନନ୍ଦ ସାହୁ, ଅମୀୟ ପ୍ରସାଦ ଭୋଇ, ବିଜ୍ଞାନ ପ୍ରକଳ୍ପରେ ଅନିତ ଛନ୍ଦ, ସୁଶାନ୍ତ କୁମାର ଗଡତିଆ, ସୁଶାନ୍ତ କୁମାର ପଧାନ, ବାଲାଜୀ ରାଓ ମୋରେ, ଉତ୍କଳିକା ବେହେରା, ସାନ୍ତ୍ୱନା ଗଡତିଆ ଉପସ୍ଥିତ ରହି ମୂଲ୍ୟାଙ୍କନରେ ସହଯୋଗ କରିଥିଲେ । ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘନଶ୍ୟାମ ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶାନ୍ତନୁ ସାହୁ, ସଦସ୍ୟା ଶ୍ରୀମତୀ ସୁଷମା ଖମାରୀ ଉପସ୍ଥିତ ଥିଲେ । ଅତିଥି ଅଧିକାରୀ କୃତି ଶିଶୁ ଭାଇ ଭଉଣୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ ଦେଇ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଦାୟିତ୍ୱ ନେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ ।