ବଲାଙ୍ଗିର ସାଂସଦଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କ ମା’ ପ୍ରଭା ସିଂହଙ୍କ ଆଜି ସଂଧ୍ୟା ୬ଟା ସମୟରେ ପରଲୋକ ଘଟିଥିବା ସୂଚନା ମିଳିଛି । ସ୍ୱର୍ଗତ ଠାକୁର ଅମର ସିଂହ(ଆଇପିଏସ୍‌)ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରଭା ସିଂହଙ୍କ ରାଜସ୍ଥାନ ଜୟପୁର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଥିବା କୁହାଯାଇଛି । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

1 + 5 =