ଛତ୍ରପୁର ବଜାରରେ ଆଜି ଦିନରେ ଅସମ୍ଭାଳ ଭିଡ଼ ପାଇଁ ଆଞ୍ଚଳିକ ପ୍ରଶାସନ ହିଁ ଦାୟୀ : ସାଧାରଣରେ ଆଲୋଚନା

ଛତ୍ରପୁର , (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଟିଏ ଜିଲ୍ଲାରେ ଦୁଇ ପ୍ରକାର ନିୟମ । ଛତ୍ରପୁର ସହରରେ ଗତକାଲି ଓ ଆଜି ମଧ୍ୟାହ୍ନ ଦୁଇ ଘଣ୍ଟା ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବାର ନିୟମ ଥିବା ବେଳେ ବ୍ରହ୍ମପୁର ମହାନଗରରେ ସୋମବାର ଓ ମଙ୍ଗଳବାର ଏହି ଦୁଇଦିନ ସନ୍ଧ୍ୟା ୬ଘଣ୍ଟା ଯାଏଁ ସବୁ ଖୋଲାଥିଲା । ପୁଣି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ନିୟମ ଜାରୀ ହୋଇଛି । ଗାଇଡ଼ ଲାଇନ ପାଳନରେ ଏହି ଜିଲ୍ଲାରେ କେଉଁଠି ଢ଼ିଲା ତ’ କୋଉଠି କଠୋର ରହିଛି । ସଦରମହକୁମା ଛତ୍ରପୁର ସହରରେ (ମଧ୍ୟାହ୍ନ ଦୁଇ ଘଣ୍ଟା ମଧ୍ୟରେ) ଏହି ସୀମିତ ସମୟ ମଧ୍ୟରେ ବ୍ୟାଙ୍କ କାରବାର ପାଇଁ ପ୍ରବଳ ଭିଡ଼ ଥିଲା । ବ୍ୟାଙ୍କ ମଧ୍ୟକୁ ପ୍ରବେଶ ପାଇଁ ଲମ୍ବା ଲାଇନ ଥିଲାବେଳେ ସହରରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଲୋକଙ୍କ କିଣା ବିକା, ଜିନିଷପତ୍ର ଯୋଗାଡ଼ କରିବା ସମୟ ସାପକ୍ଷ ନଥିଲା । କାହିଁକିନା ଏହି ସହରର ଆଖପାଖ ପ୍ରାୟ ୩୫ ଖଣ୍ଡ ଗ୍ରାମର ପ୍ରାୟ ଲକ୍ଷାଧିକ ଲୋକଙ୍କ ନିର୍ଭରଶୀଳ ଏହି ସହର ପାଇଁ ଏହି ଦୁଇ ଦିନ ମଧ୍ୟାହ୍ନ ୨ଟା ମଧ୍ୟରେ ସମୟ ସାପକ୍ଷ ଅବା ଯଥେଷ୍ଟ ନଥିଲା । ଫଳରେ ସାମାଜିକ ଦୂରତା ବଜାୟ ରଖିବାରେ ଘୋର ଅସୁବିଧା ଦେଖାଦେଇଥିଲା । ବୁଧବାର ଠାରୁ ଲକ-ଡାଉନ ଘୋଷଣା ଯୋଗୁଁ ଗତକାଲି ଓ ଆଜି ଛତ୍ରପୁରରେ ଦୋକାନ ବଜାର ପ୍ରବଳ ଗହଳି ଦେଖିବାକୁ ମିଳିଛି । ମଧ୍ୟାହ୍ନ ଦୁଇଟା ବେଳେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ହେବା ସମୟରେ ତରବରିଆ ଭାବେ ଗତକାଲି ଓ ଆଜି ଲୋକମାନେ ଦୋକାନୀ ଠାରୁ ଜିନିଷ କିଣି ସଂଗ୍ରହ କରିବା ରେ ବହୁ ଅସୁବିଧା ହୋଇଥିଲା । ଲୋକେ ନାନା ହଇରାଣ ହରକତ ହୋଇଥିଲେ । ଦୁଇଟା ବାଜିବା ସଂଗେ ସଂଗେ ମୁନିସିପାଲ କର୍ତ୍ତୃପକ୍ଷ/ଅଫିସ କର୍ମଚାରୀ ମାନେ ଫାଇନ କାଟିବାକୁ ଆଗଭର ହୋଇ ଅନେକ କାରଣ ଦର୍ଶାଇ, କୋଭିଡ଼ ଗାଇଡ଼ ଲାଇନକୁ ଉଲଙ୍ଘନ କରିଥିବା ଦର୍ଶାଇ ଅନେକ ଦୋକାନୀଙ୍କଠୁ ଫାଇନ ଆଦାୟ କରିଛନ୍ତି । ଛତ୍ରପୁରରେ ଗୋଟିଏ ସୁନା ଦୋକାନକୁ ସିଲ କରିଦିଆଯାଇଛି ଓ କେତୋଟି ଦୋକାନୀଙ୍କୁ ଗହଳି ଜମାଇଥିବା ନେଇ ଫାଇନ ଚାର୍ଜ କରିଥିବା ଜଣାଯାଇଛି । ଏଣେ ପୋଲିସ କର୍ତ୍ତୃପକ୍ଷଙ୍କ ମଧ୍ୟ ମଧ୍ୟାହ୍ନ ଦୁଇଟା ବାଜୁ ବାଜୁ ସଙ୍ଗେ ସଙ୍ଗେ ଗାଡ଼ିରେ ଆସି ଗତକାଲି ଜଣେ ସୁନା ଦୋକାନୀଙ୍କୁ ଫାଇନ ଚାର୍ଜ କରିଥିଲେ । ଠାକୁରାଣୀ ମନ୍ଦିର ନିକଟ ସୁପେରମାର୍କେଟ ମହଲରେ ଭିଡ଼ ଜମିଥିବା ନେଇ ଫାଇନ ଚାର୍ଜ କରିଥିଲେ । ଆଜି ବି ସେହିପରି କେତେ ସ୍ଥାନରେ କଟକଣା ଦେଖାଇ ଜୋରିମାନା ଜୋରସୋରରେ ଆଦାୟ କରାଯାଇଛି । ବିଶେଷ କରି ମୁନିସିପାଲ କର୍ତ୍ତୃପକ୍ଷ/କର୍ମଚାରୀ ମାନଙ୍କର ଫାଇନ ଆଦାୟ କରିବାରେ ଏବଂ ସ୍ୱତନ୍ତ୍ର ଭାବେ ପୋଲିସ କର୍ତ୍ତୃପକ୍ଷଙ୍କ ଛତ୍ରପୁର ସହରାଞ୍ଚଳରେ ଫାଇନ ଆଦାୟ କରିବାରେ ଖୁବ ଆଗଭର ଅଛନ୍ତି । ଏଠାକାର ଏହା ଏକ ସ୍ୱାଭାବିକ ବିଷୟ ହୋଇଛି । ଆଜି ଅସମ୍ଭାଳ ଗହଳି ଓ ଭିଡ଼ କଣ୍ଟ୍ରୋଲ କରିବା କଷ୍ଟକର ଥିଲା । ଯେଉଁଭଳି ଭାବେ ବଜାରରେ ଭିଡ଼ ଉପୁଜିଥିଲା, ଯାହାକି କୋରନା ସଂକ୍ରମଣକୁ ସ୍ୱାଗତ କରିବା ସଦୃଶ ଥିଲା । ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାରେ ବି କୌଣସି ଵ୍ୟଵସ୍ଥାପନା ନ ଥିଲା । ଯାହାଲାଗି ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାତ୍ରାରେ ଅହେତୁକ ବିଶୃଙ୍ଖଳା ଦେଖା ଦେଇଥିଲା । ଛତ୍ରପୁର ବଜାରରେ ଆଜି ଦିନରେ ଅସମ୍ଭାଳ ଭିଡ଼ ପାଇଁ ଆଞ୍ଚଳିକ ପ୍ରଶାସନ ହିଁ ଦାୟୀ ବୋଲି ବୃଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Leave A Reply

Your email address will not be published.

five + 5 =

error: Content is protected !!