ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ରାଉରକେଲାର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ମାତୃବିୟୋଗ

ରାଉରକେଲା : ରାଉରକେଲା ସହରର ଜଣାଶୁଣା ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ମାତା ଶୈଳବାଳା ପଟ୍ଟନାୟକଙ୍କ ୮୬ବର୍ଷ ବୟସରେ ଆଜି ରାତି ପ୍ରାୟ ୯ଟା ସମୟରେ ପରଲୋକ ହୋଇଯାଇଛି ।
ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥ ହୋଇ ଆଇଜିଏଚ ଠାରେ ଚିକିତ୍ସିତ ହେଉଥିଲେ । ତେବେ କିଛିଦିନ ତଳେ ତାଙ୍କୁ ତାଙ୍କ ପରିବାର ଲୋକ ବାସନ୍ତୀକଲୋନୀ ସ୍ଥିତ ବାସଭବନକୁ ନେଇଆସିଥିଲେ । ତାଙ୍କ ମୃତ୍ୟୁବେଳକୁ ତିନି ପୁଅ, ବୋହୁ, ନାତିନାତୁଣି, ନାତୁଣିବୋହୁ ଓ ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି । ଆସନ୍ତା କାଲି ଦିନ ୧୦ଟା ବେଳେ ବେଦବ୍ୟାସ ଠାରେ ଶେଷକୃତ୍ଯ ସଂପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.