ବାଲିଗୁଡା ଓ ଜି. ଉଦୟଗିରିର ବିଧାନସଭା : ସକାଳ ୮ଟାରୁ ହେବ ମତଗଣନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡାରେ ୨ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାଯ୍ୟର୍ରଳୟରେ ଏବଂ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୪ ତାରିଖ ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଭୋଟ ଗଣତି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଭୋଟ ଗଣତିର ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ଇସିଆଇ ୱେବସାଇଟ୍‌ results.eci.gov.in ତଥା ଭୋଟର ହେଲ୍ପଲାଇନ୍‌ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ୍‌ ଆପ୍‌ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.