pakka

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ମତଦାନ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ପଛୁଆ ଅଞ୍ଚଳ ନଗଡାରେ ରେକର୍ଡ ମତଦାନ ହୋଇଥିବା ଜଣାପଡିଛି । ନଗଡାରେ ସର୍ବାଧିକ ୮୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ସେହିପରି ମାଓ ଅଧ୍ୟୁଷିତ ନିୟମଗିରିରେ ୮୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମୋଟ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୨୫୪ ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭୦୮୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଅଛି । ଏହି ପର୍ଯ୍ୟାୟରେ ମୋଟ ୫୧ଲକ୍ଷ ୩୧ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଅଛି । ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୬୬ ବ୍ଳକରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଅଛି ଏବଂ ଏହି ସବୁ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଥିବା ସୂଚନା ରହିଛି । ଭୋଟ ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ ରୁମ୍ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

jay balangir
Leave A Reply

Your email address will not be published.

11 + fifteen =