pakka

ଖଣ୍ଡବନ୍ଧ ଗ୍ରାମର ୫୦ ବର୍ଷର ବ୍ୟକ୍ତି ନିଖୋଜ ଅଭିଯୋଗ : ଥାନାର ଦ୍ୱାରସ୍ଥ ହେଲେ ‌ସାନଭାଇ

bbehera

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ ଘଟିଯାଇଛି ଏକ ଅଘଟଣ । ସୂଚନା ଥାଉକି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ନିହଲପ୍ରସାଦ୍ ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତର କାଲୁଣିଗୋଡା ଗ୍ରାମର ଅଇଁଠୁ ରାଉତ(୫୦) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପରେ ୧୬/୦୨/୨୨ତାରିଖ ବୁଧବାର ସନ୍ଧ୍ୟାରେ କୁଆଡେ ଚାଲିଯାଇଛନ୍ତି । ସେ ଜଣେ ଶାରିରୀକ ଭିନ୍ନ କ୍ଷମ (ମୁକ ଓ ବଧିର) ବ୍ୟକ୍ତି । ସେ ଯିବା ସମୟରେ ସାଙ୍ଗରେ ଏକ ପୁରୁଣା ସାଇକେଲ ଓ କିଛି ଜରିବ୍ୟାଗ୍ ନେଇ କେଉଁ ଆଡେ ଚାଲିଯାଇଥିବା ପରିବାର ଲୋକେ କହିଛନ୍ତି । ତାଙ୍କ ଭାଇ ଉଦୟ ରାଉତ ଓ ପରିବାର ଲୋକମାନେ ସମସ୍ତ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରି ନିରାଶ ହେବା ପରେ ଶେଷରେ ଆସି ଆମ ଗଣମାଧ୍ୟମ ସାହାଯ୍ୟରେ ନିଖୋଜ ଅଇଁଠୁ ରାଉତ କେଉଁଠାରେ ଅଛନ୍ତି ତାହା ଜାଣି ହେବ ବୋଲି ଆସା ବିଶ୍ଵାସ କରନ୍ତି ପରିବାର ଓ ଗ୍ରାମବାସୀ । ଜଦି କୌଣସି ସହୃଦୟ ବ୍ୟକ୍ତି ଭିନ୍ନକ୍ଷମ ଅଇଁଠୁଙ୍କୁ ଦେଖନ୍ତି ତେବେ ୯୪୩୮୫୫୯୨୯୫, ୯୮୯୧୨୮୦୩୬୦, ସହିତ ନିହଲପ୍ରସାଦ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

one × 2 =