pakka

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ : ସୋହେଲା ବ୍ଲକରେ ୮୪.୭୮ ପ୍ରତିଶତ ଭୋଟଦାନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ଭୋଟ ଗ୍ରହଣରେ ୮୪.୭୮ ଶତକଡା ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର କେବଳ ସୋହେଲା ବ୍ଲକ ପାଇଁ ଭୋଟ ଗ୍ରହଣ ହୋଇଥିଲା । ୨୭ ପଞ୍ଚାୟତ ପାଇଁ ୩୮୬ଟି ଭୋଟ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠିତ ମତଦାନ ସକାଶେ ୧୦୫୭୨୮ ଭୋଟରଙ୍କ ମଧ୍ୟରୁ ୮୯୬୩୩ ଜଣ ଭୋଟର ମତଦାନ କରିଥିଲେ । ସେଥିମଧ୍ୟରେ ୪୭୨୮୯ ପୁରୁଷ ଏବଂ ୪୨୩୪୪ ମହିଳା ଭୋଟ ଦାତା ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ବାଉଁସେନମୁରା ଗ୍ରାମର ୭ ନଂ ବୁଥ୍‌ଠାରେ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଭୋଟଦାନ କରିଥିଲେ । ସେହିପରି ପଣ୍ଡକିପାଲି ଗ୍ରାମଠାରେ ନିର୍ବାଚନୀ ହିଂସା ଘଟି ଜଣେ ଦଳୀୟ କର୍ମୀ ଗୁରୁତର ଆହତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗ୍ରାମରେ ବର୍ତ୍ତମାନ ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଥିବା ଯୋଗୁଁ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

12 − one =

error: Content is protected !!