pakka

ମଣ୍ଡୋମହୁଲରେ ଭାଗବତ ଗୋପଳୀଲା ପାରାୟଣ ମହାସମାରୋହରେ ପାଳିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ଗ୍ରାମରେ ମାଘ ପୂର୍ଣ୍ଣିମା ଅବସରରେ ଭାଗବତ ଗୋପଳୀଲା ପାରାୟଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ଅନୁଷ୍ଠିତ ଭାଗବତ ଗୋପଳୀଲା ପାରାୟଣରେ ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳଶ ଆଣି ପୂଜା ମଣ୍ଡପରେ ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଯଜ୍ଞ କର୍ତ୍ତା ଭାବେ କିର୍ତ୍ତି ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ କୁନୀ ସାହୁ କାର୍ଯ୍ୟ ନିର୍ବାହ କରିଥିବା ବେଳେ ପୂଜକ ଭାବେ ମନାଇପାଦର ପଣ୍ଡିତ ନରୋତ୍ତମ ତ୍ରିପାଠୀ ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହ କରିଥିଲେ । ବିନ୍ଧନପଦର ଗ୍ରାମର ସୁନାମଧନ୍ୟ ପୁରାଣ ଗାୟକ ବନମାଳୀ ମିଶ୍ର ବ୍ୟାସ ଭାବେ ଯୋଗଦେଇ ଭାଗବତ ଗୋପଳୀଲା ପାରାୟଣ ପଠନ କରିଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସମସ୍ତ ଭକ୍ତମାନଙ୍କୁ ଆକୃଷ୍ଟ କରିପାରିଥିଲା । ଆଖପାଖ ଅଂଚଳରୁ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

jay balangir
Leave A Reply

Your email address will not be published.

eighteen + one =