pakka

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ

bbehera

ଉନ୍ନା : ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାର ଟାହଲିୱାଲା ସ୍ଥିତ ଏକ ବାଣ ଫ୍ୟାକ୍ଟ୍ରିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ବିସ୍ଫୋରଣରେ ପୋଡି ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ବ୍ୟକ୍ତିଙ୍କୁ ଉନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଫାୟାର ବ୍ରିଗେଡ୍‌ ଓ କିଛି ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

two × 3 =