pakka

ପାଇକ ଫୁଲବେଡା ପଞ୍ଚାୟତର ତିନି ଗ୍ରାମବାସୀଙ୍କ ଭୋଟ ବର୍ଜନ

bbehera

କୋରାପୁଟ : ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ପଞ୍ଚାୟତର ତିନିଖଣ୍ଡ ଗ୍ରାମବାସୀ ସଲପଗୁଡା ବୁଥରେ ଭୋଟ ବର୍ଜନ କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ରାସ୍ତା ନାହିଁ ତ ଭୋଟ ନାହିଁ । ପିଇବା ପାଣି ନାହିଁ ତ ଭୋଟ ନାହିଁ, ଏହିଭଳି ଦାବୀ ନେଇ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ତିନୋଟି ଗ୍ରାମର ଭୋଟର ସଂଖ୍ୟା ୧୬୩ ଥିବା ବେଳେ ଗୋଟିଏ ମଧ୍ୟ ଭୋଟ ଦେଇନାହାନ୍ତି ଗ୍ରାମବାସୀ । ଦୀର୍ଘ ଦିନ ଧରି ମୌଳିକ ଅଧିକାର ପାଇଁ ଗୁହାରୀ କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ରାଜନୈତିକ ଦଳ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଶେଷରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମତଦାନ ଆରମ୍ଭର ୩ ଘଣ୍ଟା ପରେ ଗୋଟିଏ ବି ଭୋଟ ପଡି ନଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା ପାଇଁ ପହଞ୍ଚି ନ ଥିଲେ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

3 × 2 =