jsm

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

csstore

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବାଲିଗୁଡା ଶାଖାର ଏକ ବୈଠକ ସଂଘ ସଭାପତି ମଣିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଉପୁଜିଥିବା ଭୁଲ ବୁଝାମଣା ଓ ମତଭେଦ ଦୂର ଉପରେ ଆଲୋଚନା କରାଯାଇଥିଲା । ସଂଘର ସଭାପତି ଶ୍ରୀ ନାୟକ ଓ ସମ୍ପାଦକ ବିଶ୍ୱେଶ୍ୱର ପ୍ରଧାନୀ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନାମରେ ବ୍ୟକ୍ତିଗତ ଆରୋପ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ଅଭିଯୋଗ ଉପରେ ସର୍ବ ସମ୍ମତି କ୍ରମେ ଆଲୋଚନା କରାଯାଇ ଦୁଃଖ ପ୍ରକାଶ କରିବା ସହ ଅଭିଯୋଗକୁ ପ୍ରତ୍ୟାହାର କରାଗଲା ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଉଭୟଙ୍କ ମଧ୍ୟରେ ଥିବା ମତ ପାର୍ଥକ୍ୟକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିବା ସହ ଉକ୍ତ ବିଷୟ ଲିଖିତ ମାଧ୍ୟମରେ ଜଣାଇଥିଲେ ବୋଲି ପ୍ରକାଶ କରିଥିଲେ । ଆଗାମୀ ଦିନରେ ଯେପରି ଭୁଲ ବୁଝାମଣା ନ ହୁଏ ସେଥିପ୍ରତି ଯତ୍ନବାନ ହେବାପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

yuvodaya
Leave A Reply

Your email address will not be published.