pakka

ସିସିଟିଭି ଫୁଟେଜ ଖୋଲିଦେଲା ହତ୍ୟାକାଣ୍ଡ ପାଇଁ ହୋଇଥିବା ମାଷ୍ଟରପ୍ଲାନ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଦୁର୍ଘଟଣା ଲୁଟ୍‌ ତରାଜ୍‌, ଡକାୟତି, ହିଂସା, ହତ୍ୟାକାଣ୍ଡ ଭଳି ଘଟଣା ବଢି ବଢି ଚାଲିଥିବା ବେଳେ ଗତ ୨୧ ତାରିଖର ଘଟଣା ସାରା ସହରକୁ ସ୍ତବ୍ଧ କରି ଦେଇଛି । ଏହି ଘଟଣା ଯେତେବେଳେ ଘଟିଥିଲା ଏହାର ନାଁ ଥିଲା ସିରିଜ୍‌ ଦୁର୍ଘଟଣା । କିନ୍ତୁ ଏବେ ତାହା ହତ୍ୟାକାଣ୍ଡ ପାଇଁ ମାଷ୍ଟରପ୍ଲାନ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ୨୧ ତାରିଖରେ ଟିଟିଲାଗଡ ପଟରୁ ଆସୁଥିବା ଏକ ମିନିଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ବଲାଙ୍ଗିର ମେଡିକାଲରେ ଚିକିତ୍ସାଧିନ । ମୃତକ ଜଣକ ବରଗଡର ଶ୍ରୀକାନ୍ତ ବାଗ ହୋଇଥିବା ବେଳେ ଗୁରୁତର ଦୁଇଜଣ ବ୍ୟକ୍ତି ହେଲେ ପେଲେସ୍‌ ଲାଇନ୍‌ ଅଞ୍ଚଳର ସୋନୁ କୁମାର ନାଏକ ଏବଂ ଚିତ୍ତ ମହାନ୍ତି । ତେବେ ମୃତ ଶ୍ରୀକାନ୍ତ ବରଗଡରୁ ବଲାଙ୍ଗିର ଆସି ଏହି ଦୁର୍ଘଟଣାରେ ଆହତ ହୋଇଥିବା ସୋନୁ ନାଏକଙ୍କ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ । ଅନ୍ୟପଟେ ଏହି ଘଟଣାସ୍ଥଳର ସ୍ଥିତିକୁ ଦେଖିଲେ ଏହା ଦୁର୍ଘଟଣା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟାକାଣ୍ଡ ପାଇଁ ମାଷ୍ଟରପ୍ଲାନ କରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି । ଏହି ଘଟଣାକୁ ନେଇ ପ୍ରଥମେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଦୁର୍ଘଟଣା ବୋଲି କହିଥିବା ବେଳେ ଘଟଣାର ବିଭିନ୍ନ ଦିଗ ଓ ଅସଲି ଗାଡିରେ ନକଲି ନମ୍ବର ପ୍ଲେଟ ଥିବାର ଖବର ପାଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଘଟଣାର ସଠିକ୍‌ ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶକୁ ଆଖି ଆଗରେ ରଖି ବଲାଙ୍ଗିର ଟାଉନ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପ୍ରଶାସନ ପକ୍ଷରୁ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ କରିଥିବା ବେଳେ ଘଟଣାଟି ହତ୍ୟା ପାଇଁ ହୋଇଥିବା ମାଷ୍ଟରପ୍ଲାନ ବୋଲି ଜଣାପଡିଥିଲା ।

Leave A Reply

Your email address will not be published.

five + three =